ଚଳିତ ବର୍ଷ ଦହିମାଛ ଗ୍ରାମ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଜଳାଭିଷେକ ବନ୍ଦ

କେନ୍ଦ୍ରାପଡ଼ା,୫/୭ : ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥି ସହିତ ରାଜ୍ୟର ସମସ୍ତ ଜିଳ୍ଲା ପ୍ରଶାସନ ମଧ୍ୟ ଏନେଇ କଡା ନିୟମ ପାଳନ କରିବାକୁ କୁହାଯାଇଛି। ଯେପରି କୌଣସି ସ୍ଥାନରେ ବୋଲବମ୍ ଯାତ୍ରା ନହୁଏ ସେଥିପ୍ରତି କଡା ଦୃଷ୍ଟି ଦେବାକୁ କୁହାଯାଇଛି ।

ସେହିପରି ମହାମାରୀ କରୋନା ପାଇଁ ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଦହିମାଛ ଗ୍ରାମରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ମଧ୍ୟ ବୋଲବମ୍ ଯାତ୍ରା ବନ୍ଦ ରହିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି । ଦୁଃଖର ବିଷୟ ମନ୍ଦିର ମଠାଧିଶ ବାବା ବାଜିଆ ଦାସଙ୍କ ମତରେ ଆସନ୍ତାକାଲି ମନ୍ଦିରରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥାନ୍ତା କିନ୍ତୁ କରୋନା ମହାମାରୀ ସମସ୍ତ ଭକ୍ତଙ୍କ ମନସ୍କାମନାକୁ ପୂର୍ଣ୍ଣ କରିବାରେ ବାଧକ ସାଜିଛି । ମୁଁ ଭଗବାନ ମହେଶ୍ଵରଙ୍କୁ ପ୍ରାର୍ଥନା କରୁଛି , ସମୁଦ୍ର ମନ୍ଥନ ସମୟରେ ଯେପରି ବିଷକୁ ପାନ କରି ରାକ୍ଷସ ଓ ଦେବତାମାନଙ୍କୁ ରକ୍ଷ୍ୟା କରିଥିଲେ ସେହିପରି ଏହି ଶ୍ରାବଣ ମାସରେ ସାରା ପୃଥିବୀକୁ କରୋନା ମହାମାରୀରୁ ରକ୍ଷ୍ୟା କରି ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ କରିବେ ।