ଭୁବନେଶ୍ୱର, ୨୩/୦୩ : ବାଇକକୁ ଧକ୍କା ଦେଲା ବୋଲେରୋ । ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । କେରାପୁଟ ଜିଲ୍ଲା ପାତ୍ରପୁଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ । ରିବିବାର ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଏନଏଚ-୬୦ ରାଜଘାଟ ନିକଟରେ ଦୁର୍ଘଟଣା ହୋଇଥିଲା । କଣ୍ଟେନରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪ ଆହତ, ଜଣେ ଗୁରୁତର ହୋଇଥିଲେ। ଜଳେଶ୍ବରରୁ ବାଲେଶ୍ବର ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ନୁରାନି ନାମକ ଏକ ଘରୋଇ ବସ୍ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଏକ କଣ୍ଟେନରକୁ ଧକ୍କା ଦେଇଥିଲା । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବସ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲେ । ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କନକ ପରମେଶ୍ଵରୀ ମନ୍ଦିର ନିକଟରେ ମଧ୍ୟ ଦୁର୍ଘଟଣା ଘଟିଥିଲା । ଘର ଭିତରକୁ ପଶିଗଲା ଟ୍ୟାଙ୍କର। ଭାରସାମ୍ୟ ହରାଇ ରାସ୍ତାକଡ଼ ୩ ଘର ଉପରକୁ ମାଡ଼ିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।