ବଲିଉଡ୍‌ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ

ମୁମ୍ବାଇ, ୧୭/୮ : ୨୦୨୦ରେ ବଲିଉଡର ଅନେକ କଳାକାରଙ୍କର ପରଲୋକ ହୋଇଛି। ଏବେ ବଲିଉଡ ଫିଲ୍ମ ‘ଦୃଶ୍ୟମ୍’, ‘ଫୋର୍ସ’ ଏବଂ ‘ମଦାରୀ’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ସେ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜିରେ ଭର୍ତ୍ତି ହୋଇଥିଲେ । କୁହାଯାଉଛି ଯେ, ତାଙ୍କୁ ଆଇସିୟୁରେ ରଖାଯାଇଥିଲା । କିନ୍ତୁ ତାଙ୍କ ସ୍ଥିତି ସ୍ଥିର ଥିଲା ।

୫୦ବର୍ଷ ବୟସ୍କ କାମତ ଲିଭର ସିରୋସିସ ନାମକ ରୋଗରେ ପୀଡ଼ିତ ଥିଲେ। ଏହି କାରଣରୁ ତାଙ୍କୁ ଜୁଲାଇ ୩୧ତାରିଖରେ ହାଇଦ୍ରାବାଦର ଗଚିବୋବଲି ସ୍ଥିତ ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାମତ କାମଳ ଏବଂ ପେଟ ଯନ୍ତ୍ରଣାର ଅଭିଯୋଗ କରିଥିଲେ। ଯାଞ୍ଚ ପରେ ସେ କ୍ରୋନିକ୍ ଲିଭର ଡିସିଜ ଏବଂ ଆଉ କିଛି ସଂକ୍ରମଣ ବିଷୟରେ ଜଣା ପଡ଼ିଥିଲା। ଅଗଷ୍ଟ ୧୩ତାରିଖରେ ହସ୍ପିଟାଲ୍ ତରଫରୁ ଜାରି ହୋଇଥିବା ଆଧିକାରିକ ଷ୍ଟେଟମେଣ୍ଟରେ ତାଙ୍କୁ ବିପଦମୁକ୍ତ ଥିବା କୁହାଯାଇଥିଲା। ସେ ସେହି ସମୟରେ ମଧ୍ୟ ଆଇସିୟୁରେ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ।

କାମତ ୨୦୦୫ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦେଶନାରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସେହି ବର୍ଷ ସବୁଠୁ ବଡ଼ ହିଟ୍ ମରାଠୀ ଫିଲ୍ମରୁ ଗୋଟିଏ ଥିଲା। ଏହି ଫିଲ୍ମକୁ ବେଷ୍ଟ ଫିଚର ଫିଲ୍ମ ମରାଠୀର ନ୍ୟାସନାଲ୍ ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା।