ବଲିଉଡ ପ୍ରସିଦ୍ଧ ଅଭିନେତା ଅସରାନିଙ୍କ ପରଲୋକ

ମୁମ୍ବାଇ,୨୦/୧୦ : ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନିଙ୍କ ଦେହାନ୍ତ ହୋଇଛି। ସେ ଦୀପାବଳିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଅସରାନିଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ହସ୍ପିଟାଲରେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସରାନିଙ୍କ ପୂରା ନାମ ଗୋବର୍ଦ୍ଧନ ଅସରାନି ଥିଲା।, ସେ ୧ ଜାନୁଆରି, ୧୯୪୧ରେ ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ହାସ୍ୟରସାତ୍ମକ ଅଭିନୟ ପାଇଁ ଜଣାଶୁଣା ଅସରାନି ୧୯୬୦ ଦଶକରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ।

ଅସରାନିଙ୍କ ମୃତ୍ୟୁ ଖବର ଆସିବାର କିଛି ଘଣ୍ଟା ପୂର୍ବରୁ, ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଅଭିନେତା ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏବଂ କିଛି ଘଣ୍ଟା ପରେ, ତାଙ୍କ ମୃତ୍ୟୁ ଏକ ବଡ଼ ଝଟକା ଭାବରେ ଆସିଥିଲା। ଦୀପାବଳି ସନ୍ଧ୍ୟାରେ ସାନ୍ତାକ୍ରୁଜ୍‌ର ଶାନ୍ତି ନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ଅସରାନୀ ନିଜ କ୍ୟାରିଅରରେ ୪୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିଥିଲେ। “ବବର୍ଚି”, “ଚୁପକେ ଚୁପକେ”, “ଛୋଟି ସି ବାତ୍”, “ଭୁଲ ଭୁଲେୟା” ଏବଂ “ଖଟା ମିଠା” ଭଳି ଚଳଚ୍ଚିତ୍ର ବ୍ୟତୀତ ସେ “ଶୋଲେ” ରେ ଜେଲ୍‌ର ଭାବରେ ଅଭିନୟ କରିଥିଲେ। ୧୯୬୭ ମସିହାରେ ଅସରାନୀ “ହରେ କାଞ୍ଚ କି ଚୁଡିୟାଁ” ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ। ସେ ଏହି ଚଳଚ୍ଚିତ୍ରରେ ଅଭିନେତା ବିଶ୍ୱଜିତ୍‌ଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ ।

ଅସରାନିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ଅଭିନେତ୍ରୀ ମଞ୍ଜୁ ବଂଶଲଙ୍କୁ ବିବାହ କରିଥିଲେ। ସେମାନେ “ନମକ ହରାମ” ଏବଂ “ଆଜ କି ତାଜା ଖବର” ଭଳି ଫିଲ୍ମରେ ଏକାଠି କାମ କରିଥିଲେ। ଏକାଠି କାମ କରିବା ସମୟରେ, ଅସରାନି ଏବଂ ମଞ୍ଜୁ ବଂଶଲ ପ୍ରେମରେ ପଡ଼ିଥିଲେ। ବିବାହ ପରେ ମଧ୍ୟ ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ।

SBI_Festive_Digital Billboard