ବଣ୍ଡ୍ ଗାର୍ଲ ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ୬୫ ବର୍ଷ ବୟସରେ ପରଲୋକ

ଲସ ଏଞ୍ଜେଲସ, ୬/୧ : ବଣ୍ଡ ଗାର୍ଲ ତଥା ଅଭିନେତ୍ରୀ ତାନ୍ୟା ରବର୍ଟ୍ସଙ୍କ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୂତ୍ରନଳୀରେ ସଂକ୍ରମଣ ଯୋଗୁଁ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ତାନ୍ୟା ରବର୍ଟ୍ସ ୧୯୮୫ରେ ‘ଏ ଭ୍ୟୁ ଟୁ ଏ କିଲ୍’ ଫିଲ୍ମରେ ଷ୍ଟେସି ସଟନ୍ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

ଏହା ପୂର୍ବରୁ ରବିବାର ଦିନ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। କିନ୍ତୁ ପରେ ଏହା ମିଥ୍ୟା ବୋଲି ଜଣାପଡିଥିଲା। ମଙ୍ଗଳବାର ଦିନ ରବର୍ଟ୍ସର ପବ୍ଲିସିଟି କାମ ତଦାରଖ କରୁଥିବା ମାଇକ ପିଙ୍ଗଲ ସ୍ପଷ୍ଟ କରିଛନ୍ତି ଯେ ସୋମବାର ଦିନ ଅଭିନେତ୍ରୀ ତାନ୍ୟାଙ୍କ ଦେହାନ୍ତ ହୋଇଛି। ତାଙ୍କର ମୂତ୍ରନଳୀରେ ସଂକ୍ରମଣ ହୋଇଥିଲାଏବଂ ସଂକ୍ରମଣ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପି ଯାଇଥିଲା।