ଭୁବନେଶ୍ୱର, ୦୫/୧୦ : ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ । ଦେଢ଼ ଘଣ୍ଟାର ସଂଘର୍ଷ ପରେ କୁମ୍ଭୀର ମୁହଁରୁ ଜୀବନ ନେଇ ଫେରିଲେ ଯୁବକ। ଭାଇ ପାଇଁ ଜୀବନକୁ ବାଜିରେ ଲଗାଇଲେ ଭାଇ। ଚିତ୍କାର ଶୁଣି କୁମ୍ଭୀର ମୁହଁରୁ ଭାଇକୁ ଛଡ଼ାଇ ଆଣିଲେ ଦୁଇ ଭାଇ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାରଡ଼ା ଘାଟରେ ଘଟିଛି ଏହି ଭୟଙ୍କର ଘଟଣା। କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିବା ସୁଧୀର ବେହେରାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।