ବୌଦ୍ଧ, ୨୧ /୫: (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ମାଧପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେର ପିକଅପ ସହ ଗୋଟିଏ ମୃତ ବାର୍ହା ଜବତ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମାଧପୁର ବନ ବିଭାଗ ପକ୍ଷରୁ ସୂଚନା । ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ବୋଲେର ପିକଅପ ( ଓଡ଼ି -୦୩ – ଜି ୨୦୧୩ ) ରେ ଏକ ମୃତ ବାର୍ହାକୁ ନେଇ କୌଣସି ଏକ ବିବାହ ଭୋଜି ପାଇଁ କନ୍ଧମାଳ ଅଞ୍ଚଳଙ୍କୁ ଯାଉଥିଲା କୌଣସି ସୂତ୍ରରୁ ଉକ୍ତ ବନ ବିଭାଗ ଖବର ପାଇ ମାଧପୁର ଛକ ନିକଟରେ ଜଗି ରହିଥିଲେ । ତାଙ୍କ ପାଖରୁ ୭୦ କେଜିର ମୃତ ବାର୍ହା ଜବତ କରିବା ସହ ଏକ ଗାଡି ଜବତ କରିଥିଲା । ବନ ବିଭାଗ ଏକ ମାମଲା ରୁଜୁ କରି ଦିଲୀପ ସାହୁ ( ୨୫).ବଳରାମ ରଣା (୨୮), ଆରତ କଁହର(୩୨) ତିନିଜଣ ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏହି ଚଢ଼ାଉ ସମୟରେ ମାଧପୁର ରେଞ୍ଜ ର ଫୋରେଷ୍ଟର ରମାକାନ୍ତ କଁହର, ଫୋରେଷ୍ଟ ଗାର୍ଡ ସୁବଳ ପ୍ରଧାନ, ସୁନୀଲ କ୍ଷେତୀ, ଦୀପକ ପ୍ରଧନ ପ୍ରମୁଖ ଉପସ୍ଥିତ ଥିଲେ ।