ବର୍ଷା ପାଣିରେ ଧୋଇ ନେଲା ଚେକ ଡ୍ୟାମ : ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

ବୌଦ୍ଧ,୨୪/୫: (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଟାଂଗୁରୁକୁପା ଠାରେ ନିର୍ମାଣ ହୋଇଥିବା ଚେକ ଡ୍ୟାମଟି ଗତକାଲି ଅସରାଏ ବର୍ଷା ପାଣିରେ ଧୋଇ ନେଇ ଥିବା ଜଣାପଡିଛି । ସୂଚନା ମତେ ଚଳିତ୨୦୨୧-୨୨ ଆର୍ଥିକ ବର୍ଷ ଉକ୍ତ ପଂଚୟତ ର ଟାଂଗୁରୁକୁପା ଠାରେ ଆମ୍ବଡ଼ସ ମ୍ୟାନ ପକ୍ଷରୁ 6ଲକ୍ଷ 68 ହଜାର ଟଙ୍କା ବ୍ୟୟ ଅଟକଳ ରେ ଏକ ନାଳ ଉପରେ ଚେକ ଡ୍ୟାମ ଟି ନିର୍ମାଣ କରାଯାଇଥିଲା । କିନ୍ତୁ ଡ୍ୟାମ ର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ବେଳେ କାର୍ଯ୍ୟ ର 1ମାସ ନପୁରୁନୁ ଅସରାଏ ବର୍ଷା ପାଣି ରେ ଡ୍ୟାମ ଟି ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିବା ଜଣାପଡିଛି । ସେନେଇ ଡ୍ୟାମ କାର୍ଯ୍ୟ କରିଥିବା ଠିକାଦାର ଓ ଯନ୍ତ୍ରୀ ଙ୍କ ଦାୟିତ୍ୱ ଉପରେ ସାଧାରଣ ରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏବଂ ବର୍ତ୍ତମାନ ଉକ୍ତ ଭଗ୍ନ ଡ୍ୟାମ କୁ ଦେଖିଲେ କାର୍ଯ୍ୟ ଟି କେତେ ସୁରକ୍ଷିତ ଭାବେ ହୋଇଥିବ ତାହା ଚିତ୍ର ହିଁ ସ୍ପଷ୍ଟ ବୟାନ କରୁଛି । ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ହେତୁ ସରକାର ଙ୍କ ଏଭଳି ଲୋକଭିମୁଖୀ ଯୋଜନା ର କୋଟି ଟଙ୍କା ପାଣିରେ ପଡୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି ।