ପୋଖରୀ ଓ ରାସ୍ତା କାର୍ଯ୍ୟ ପାଇଁ ଶୁଭ ଦେଲେ ସରପଞ୍ଚଙ୍କ ପ୍ରତିନିଧି

ବୌଦ୍ଧ,୨୭/୪: (ଭାଗବତ ମେହେର) – ସ୍ଵାଧିନତାର ୭୫ ବର୍ଷ ହୋଇଥିଲେ ସୁଦ୍ଧା ନାରାୟଣପ୍ରସାଦ ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ ରହିଛି ସେଠାରେ ସବୁଦିନିଆ ରାସ୍ତା ନାହିଁ କି ପୋଖରୀ ନାହିଁ । ରାସ୍ତା ଯଦିଓ ଅଛି ବର୍ଷା ଦିନେ ପାଣି କାଦୁଅ ଯୋଗୁଁ ଯିବା ଆସିବା, ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଏ । ଏପରିକି ସେମାନେ ତାଙ୍କର ମୌଳିକ ଅଧିକାରରୁ ମଧ୍ୟ ବଂଚିତ ହୋଇଥାନ୍ତି । ପୁଣି ତ କେଉଁଠି ପୋଖରୀ ଥିଲେ ପାଣି ନାହିଁ । ଗ୍ରୀଷ୍ଣ ପ୍ରବାହରେ ଲୋକେ ତ୍ରାହି ତ୍ରାହି ହେଉଥିବା ସ୍ଥଳେ ପୋଖରୀରେ ପାଣି ନାହିଁ । ଏପରି ଅବସ୍ଥାକୁ ଲକ୍ଷ୍ୟ କରି ନାରାୟଣପ୍ରସାଦ ସରପଞ୍ଚ ଶ୍ରୀମତୀ ତାରାକାନ୍ତି ମାଝୀ ଏକ ଟିମ ଗଠନ କରି ପ୍ରତ୍ୟେକ ଗ୍ରାମର ସୁବିଧା ଅସୁବିଧା ବୁଝି ପ୍ରାଥମିକତା ଦୃଷ୍ଟିରୁ ଉକ୍ତ ପଞ୍ଚାୟତର ଲୁଣ୍ଡୁରୁବାହାଲ ଗ୍ରାମରେ ୭ ଲକ୍ଷ ଟଙ୍କାରେ ପୋଖରୀ ଖନନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ପଣ୍ଡରାପିଟା-କୁନାସିଲା ରାସ୍ତାରେ ମେଟାଲିଙ୍ଗ ପାଇଁ ୮ ଲକ୍ଷ ଟଙ୍କା ଓ ଖେମୁଣ୍ଡିଗଡ଼ – ପଣ୍ଡରାପିଟା ରାସ୍ତାରେ ୮ ଲକ୍ଷ୍ୟ ଟଙ୍କାର ମେଟାଲିଙ୍ଗ ପାଇଁ ମଙ୍ଗଳବାର ନୂତନ ସରପଞ୍ଚଙ୍କ ପ୍ରତିନିଧି ସ୍ଵାମୀ ସତ୍ୟ ନାରାୟଣ ମାଝୀ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଆରଏସ ନବିନ ପ୍ରଧାନ, ନାଏବ ସରପଞ୍ଚ ଝସକେତନ ରଣା, ୱାର୍ଡ ସଭ୍ୟ ଚିନ୍ମୟ ଭୋଇ, ଶୁକ ବିଶ୍ଵାଳ , ଗାଁ ସାଥି ହୃଦାନନ୍ଦ ମହାନନ୍ଦ, ଗୌନ୍ତିଆ ଶ୍ରୀବତ୍ସ ଭୋଇ, କମିଟି ସଦସ୍ୟ ଗୁରୁଦେବ ରଣା, ଶନିଦେବ ଝାଙ୍କର, ପଲସ୍ତି ଭୋଇ, ଉଦେ ରାଜ ଭୋଇ, ଅଟଳ ବିହାରୀ ସାହୁଙ୍କ ସମେତ ସମାଜସେବୀ ଭୀମସେନ ବିଶ୍ଵାଳ ଉପସ୍ଥିତ ରହିଥିଲେ ।