ବୌଦ୍ଧରେ ଜିଲ୍ଲାସ୍ତରୀୟ କ୍ୟାରିୟର କାଉନସେଲିଂ

ବୌଦ୍ଧ, ୨୪/୫: (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର, ୟୁନିସେଫ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ଚନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ଯୁବ ରେଡକ୍ରସ ଜିଲ୍ଲା ସମ୍ପାଦକ ଡ଼କ୍ଟର ପ୍ରବୀର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର , ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ଖୁଣ୍ଟିଆ ଯୋଗଦେଇ କିଭଳି ଭାବେ ଉତ୍ତମ କ୍ୟାରିୟର ଗଠନ କରାଯାଇ ପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ଦେଇଥିଲେ । କ୍ୟାରିୟର କାଉନସେଲର ଭାବରେ କାଉନସେଲର ଜ୍ଞାନଚାନ୍ଦ ଶତପଥି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ଗଠନ କରିବାର ସରଳ , ସୁଗମ୍ୟ , ସଠିକ ପନ୍ଥା ଗୁଡ଼ିକ ଅବଗତ କରାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ଯୁବକ ସଂଘ ମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ରର ଅଫିସ ଆସିଷ୍ଟାଣ୍ଟ ଉତ୍ତମ ମହାକୁଡ଼ ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିବା ବେଳେ ସୁଧିର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ସମସ୍ତ କର୍ମକର୍ତ୍ତା, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବକ ସଂଘର ସଦସ୍ୟ ବୃନ୍ଦ, ଶତାଧିକ ଛାତ୍ରଛାତ୍ରୀ , ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।