ଆଦିବାସୀ କନ୍ଧ ସମାଜର ବାର୍ଷିକ ବୈଠକ

ବୌଦ୍ଧ, ୨୬/୫ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକ ପଡ଼ା ପଂଚାୟତ ହିଂଜଳଠାରେ ମା’ ବାଟ ପନ୍ଥେଇ ଆଦିବାସୀ ସଂଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ବ ପୂର୍ବରୁ ପଥମେ ସମାଜର ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ୟ ଅନୁଷ୍ଠିତ ହୋଇଥିଲା । ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସହ ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ପରେ ନୂତନ ସଭାପତି ଭାବେ ସଚିନ୍ଦ୍ର କଁହର, ଉପସଭାପତି ପଞ୍ଚାନନ ଜନୀ, ସମ୍ପାଦକ ସଞ୍ଜୟ ମାଝୀ ଙ୍କ ସମେତ ଧାଡି ଆମ୍ବ, ଗେରେଡି ସାହି, ମହାଳିକ ପଡ଼ା, ସେମି ଗୁଡା ପଦ୍ମ ତୋଳା, ନନ୍ଦା ଗାଡୁ, ତାଇଲା ସାହି, ଶ୍ରୀପଯୁ, ହିଂଜଳ, ସଙ୍କୁରି, ସାତ ଖଣ୍ଡ, ଆଦିବାସୀ ସମାଜର ଲୋକମାନେ ଯୋଗ ଦେଇଥିଲେ ।