ସ୍ୱାମୀର ଗୁଳି ମାଡ଼ରେ ଟଳିପଡିଲା ସ୍ତ୍ରୀ

ବୌଦ୍ଧ, ୩୧/୫: (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଂଚାୟତ ଗେରେଡ଼ିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପ୍ରକାଶ ଥାଉକି ଗେରେଡ଼ିସାହି ଗ୍ରାମର ରୋହିତ ମଲ୍ଲିକ (୨୫) ଆଜି ଅପରାହ୍ନ ସମୟରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୧)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଛି ଫଳରେ ସେ ଗୁରୁତର ହୋଇପଡିଥିଲେ ତାଙ୍କୁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଲୟ କୁ ଆଣିଥିଲେ। ଡାକ୍ତର ଏଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ସୂଚନା ମତେ ରୋହିତ କୁ ଗ୍ରାମବାସୀ ମାନେ କାବୁ କରି ହରଭଙ୍ଗା ଥାନା କୁ ଖବର ଦେଇଥିଲେ।ଘଟଣା ରୁ ପ୍ରକାଶ ରୋହିତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଘରୋଇ କଳହ ଲାଗିରହିଥିଲା ଫଳରେ ଉତ୍ୟକ୍ତ ହୋଇ ରୋହିତ ତା ସ୍ତ୍ରୀ ଉପରକୁ ଗୁଳି ଚଳାଇ ଥିଲା ବୋଲି ଜଣାପଡିଛି। ଘଟଣା ସ୍ଥଳ ରେ ହରଭଙ୍ଗା ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିବା ସହ ଗତକାଲି ଶବ ବ୍ୟବଛେଦ ହେବ ବୋଲି ହରଭଙ୍ଗା ଥାନା ପକ୍ଷରୁ ସୂଚନା ମିଳିଛି ।