ବୌଦ୍ଧ, ୯/୬ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସୁରୁଣ୍ଡି ଗ୍ରାମର ଜଣେ ଛାତ୍ରୀଙ୍କ ନାଗ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନା ମତେ ଉକ୍ତ ଗ୍ରାମର ଦଶରଥ ବେହେରାଙ୍କ ଝିଅ ସୀତା ବେହେରା(୧୮) ଆଜିମଧ୍ୟାହ୍ନ ସମୟ ରେ କୌଣସି କାମରେ ନିଜ ଘର ବାରିପଟକୁ ଯାଇଥିଲେ । ପାଖରେ ଥିବା କୁକୁଡ଼ାକୁଠି ନିକଟରେ ଥିବା ଏକ ନାଗସାପ ସୀତାଙ୍କ ହାତକୁ ଚୋଟ ମାରିଥିଲା । ଫଳରେ ଘଟଣା ସ୍ଥଳରେ ହି ଉକ୍ତ ଯୁବତୀ ଜଣକ ଅଚେତ ହୋଇପଡିଥିବା ବେଳେ ତୁରନ୍ତ ତାଙ୍କୁ ଆଠମଲ୍ଲିକ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଉକ୍ତ ଯୁବତୀ ଜଣକ ହରଭଙ୍ଗା କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ହୋଇଥିବା ବେଳେ ତାଙ୍କର ଏଭଳି ଅପମୃତ୍ୟୁକୁ ନେଇ ନିଜ ଗ୍ରାମ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।