ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ କରକମଳରେ ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରତିମୃତ୍ତି ଉନ୍ମୋଚନ

ବୌଦ୍ଧ, ୨୯/୪ : ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ନୁଆସାହି ଛକ ଠାରେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ, ବୌଦ୍ଧ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ଜ଼ିଲ୍ଲାପାଳ, ବୌଦ୍ଧ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଏମ. ପି. ଙ୍କ ନୋମିନି ତାରେଣି ମହାପାତ୍ର, ନଗରପାଳ, ବୌଦ୍ଧ ଶ୍ରୀଯୁକ୍ତ ମୃତୁଞ୍ଜୟ ମିଶ୍ର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ପୂର୍ତ୍ତ ବିଭାଗ ର ସମସ୍ତ ଯନ୍ତ୍ରୀ, ବାର ସଙ୍ଘ ର କର୍ମକର୍ତ୍ତା, ସାହିତ୍ୟିକ ନୀଳ ଲୋହିତ ମହାପାତ୍ର, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସ୍ଥପତି ସୁମନ ଷଡ଼ଙ୍ଗୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ l