ଆଞ୍ଚଳିକ ବିକାଶ ତରଫରୁ ଡ୍ରେନ ନିର୍ମାଣ ଦାବିରେ ସ୍ଥାୟୀ ବାସିନ୍ଦାଙ୍କ ରାସ୍ତା ରୋକ

୨୦ଦିନ ଭିତରେ ରାସ୍ତା କାମ ସରିବା ନେଇ ମିଳିଲା ପ୍ରତିଶ୍ରୁତି

ବୌଦ୍ଧ,୧୬/୫ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବିରେ ସୋମବାର ଧଲପୁର ଛକଠାରେ ଆଞ୍ଚଳିକ ବିକାଶ ତରଫରୁ ରାସ୍ତା ରୋକ କରାଯାଇଛି ସକାଳ ୭ ଟାରୁ ଆଞ୍ଚଳିକ ପରିଷଦର ସମ୍ପାଦକ ବିକାଶ ମହାକୁଡ଼, ଉପ ସଭାପତି ଲବ କୁମାର ପ୍ରଧାନ ପୁରୁଣାକଟକ ପଞ୍ଚାୟତ ସରପଞ୍ଚ ଅଶୋକ ସେଠୀ, ସମିତି ସଭ୍ୟ ସରୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ, ପୁରୁଣାକଟକ ବ୍ୟବସାୟୀ ସଙ୍ଘ ସଭାପତି ଅଜିତ ଦେହୁରୀ ,ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରାଧନ, ସୁକାନ୍ତ ପଟନାୟକ, ଆଡ଼ଭୋକେଟ ରବି ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିକାଶ ପରିଷଦ ସଦସ୍ୟ କୈଳାଶ ଅଗ୍ରୱାଲ, ଅମୁଲ୍ୟ ମିଶ୍ର, ରାମ ଚନ୍ଦ୍ର ବେହେରା, ବବଳୁ ସାହୁ, ଜ୍ୟୋତି ପ୍ରକାଶ ସାହୁ, ପଞ୍ଚାନନ ହୋତା, ଆଲୋକ ପ୍ରଧନ, ଗରୁଡ଼ ପ୍ରଧାନ, ଓ ଗ୍ରାମବାସୀ ବନ୍ଦ ରେ ସାମିଲ ଥିଲେ ।

ଖବର ପାଇ ହରଭଙ୍ଗା ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର , ବୌଦ୍ଧ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀନିରଞ୍ଜନ ଧଳ ପୁରୁଣାକଟକ ଥାନା ଅଧିକାରୀ ଜୋସ୍ନା କାଉଁରୀ, ପ୍ରମୁଖ ଘଟଣା ସ୍ଥଳ ରେ ପହଁଚି ଆଲୋଚନା ରେ ଅଂଶ ଗ୍ରହଣ କରିଥଲେ । ଏପରିକି ୨୦ଦିନ ମଧ୍ୟରେ ରେ ରାସ୍ତାକାମ ସାରିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା । ଯଦି ପ୍ରଶାସନ ଏହାପରେ ପ୍ରତିଶୃତି ଦେଇ ମଧ୍ୟ ଶୁଣିବନି ତାହେଲେ ଆଗମୀ ଦିନରେ ଜାତୀୟ ରାଜପଥ ଅବରୋଧ ସହ ସମସ୍ତ ସରକାରୀ ଅନୁଷ୍ଠାନ ରେ ତାଲା ପକାଇ ଦିଆଯିବ ବୋଲି ବିକାଶ ପରିଷଦ ପକ୍ଷ ରୂ ଚେତାବନୀ ଦିଆ ଯାଇଛି ।