ଗୋରଡାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ : କୂଅରେ ପଡି ଶିଶୁର ଗଲା ଜୀବନ

ବୌଦ୍ଧ, ୨୧ /୧୦ : (ଭାଗବତ ମେହେର) – ଗୋରଡାମୁଣ୍ଡା ଅଙ୍ଗନବାଡି କର୍ମଚାରୀଙ୍କ ଟିକେ ଅବହେଳା ପାଇଁ ଏକ ଛୋଟ ଶିଶୁର ଜୀବନ ଗଲା l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଙ୍ଗା ପଞ୍ଚାୟତ ଗୋଛାବାରୀ ଗ୍ରାମରେ l ମିଳିଥିବା ସୂଚନା ଅନୁଯାୟୀ ସବୁଦିନ ପରି ଆଜି ଶୁକ୍ରବାର ମଧ୍ୟ ଉମାକାନ୍ତ ପ୍ରଧାନଙ୍କ ଛୋଟ ପୁଅ ଶୁଭଙ୍କର ପ୍ରଧାନ ଦିନ ୧୦ ଟାରେ ନିକଟସ୍ତ ଗୋରଡାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରକୁ ପଢିବାକୁ ଯାଇଥିଲେ l କିନ୍ତୁ ଅଙ୍ଗନବାଡି କେନ୍ଦ୍ରଛୁଟି ହୋଇଥିଲେ ମଧ୍ୟ ଶୁଭଙ୍କର ଘରକୁ ଫେରିନଥିବାରୁ ପରିବାର ଲୋକ ଖୋଜାଖୋଜି କରିବାପରେ କେନ୍ଦ୍ର ନିକଟସ୍ତ ୩୦୦ ମିଟର ଦୂରତ୍ୱରେ ଥିବା ଏକପରିତ୍ୟକ୍ତ କୂଅରେ ଶୁଭଙ୍କର ଖସି ପଡ଼ିଥିବା ଦେଖିବାକୁ ପାଇଥିଲେ l ଉକ୍ତ ଶିଶୁଟି କୂଅ ଭିତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହି ଥିଲେ ମଧ୍ୟ କେହି କିଛି ଜାଣି ପାରି ନଥିଲେ l ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଶିଶୁକୁ ତୁରନ୍ତ ଉଦ୍ଧାର କରିଥିଲେ ମଧ୍ୟ ଶିଶୁଟି ର ମୃତ୍ୟୁ ହୋଇସାରିଥିଲା l ଘଟଣାକୁ ନେଇ ହରଭଙ୍ଗା ପୋଲିସକୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିବା ସହ ମୃତ ଶିଶୁ ର ପୋଷ୍ଟମୋଟମ ପାଇଁ ପଠାଇଥିବା ପୋଲିସ ପକ୍ଷରୁ ଜଣାପଡିଛି l

ସୂଚନା ଥାଉକି ସରକାର ଙ୍କ ନିୟମ ଅନୁସାରେ ଅଙ୍ଗନବାଡି କେନ୍ଦ୍ରରେ ଜଣେ ହେଲ୍ପର ଓ ଜଣେ କର୍ମୀ ଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଛୋଟ ଛୋଟ ଶିଶୁଙ୍କୁ ଦାୟିତ୍ୱରେ ଅଙ୍ଗନବାଡି କେନ୍ଦ୍ରରେ ପହଂଞ୍ଚାଇବା ଏବଂ ଛୁଟି ପରେ ଦାୟିତ୍ୱରେ ନେଇ ଶିଶୁର ପିତାମାତାଙ୍କୁ ହସ୍ତାନ୍ତର କରିବା ନିୟମ ରହିଥିଲେ ମଧ୍ୟ ଉଭୟ କର୍ମୀ ଓ ହେଲ୍ପର କର୍ମଚାରୀଙ୍କ ସମ୍ପୂର୍ଣ ଦାୟିତ୍ୱ ରହିଥିଲେ ମଧ୍ୟ ନିଜ କାର୍ଯ୍ୟରେ କେଉଁଠି ତ୍ରୁଟି ରହିବାରୁ ଏଭଳି ଘଟଣା ଘଟିଲା ତାହା ଏବେ ସାଧାରଣ ରେ ଏକ ପ୍ରଶ୍ନ ଉଠୁଛି l ଘଟଣାକୁ ନେଇ ହରଭଙ୍ଗା ସିଡିପିଓ ନିରୁପମା ପାଣିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ମତାମତ ମିଳିପାରିନଥିଲା l ଘଟଣାରେ କେଉଁ କର୍ମଚାରୀଙ୍କ ଭୁଲ ରହିଛି ଏବଂ ବିଭାଗୀୟ କତୃପକ୍ଷ ଓ ପୋଲିସ ସତ୍ୟାସତ୍ୟ ଘଟଣାର ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l ଅନ୍ୟପଟେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଏକଶୋକର ଛାୟା ଖେଳି ଯାଇଥିବା ବେଳେ ଉକ୍ତ ଅସହାୟ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାସହ ଉକ୍ତ ଘଟଣାର ସଠିକ ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି l