ବୌଦ୍ଧ ଜିଲ୍ଲା ବିକାସ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳିତ

ବୌଦ୍ଧ, ୨/୧ : (ଭାଗବତ ମେହେର) – ଭଗବାନ ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲା ଗଠିତ ହୋଇଥିବା ବେଳେ ଆଜି ୨୯ବର୍ଷରେ ପଦାର୍ପଣ କରିଛି ବୌଦ୍ଧ ଜିଲ୍ଲା । ଏହାରି ଭିତରେ କେତେ ବିକାଶ ହୋଇଛି ଆଉ କଣ ବିକାଶ ହୋଇପାରିବ ୟାକୁ ନେଇ ଜିଲ୍ଲା ବିକାଶ ଗର୍ଜନ ସେନା ପକ୍ଷରୁ ସ୍ଥାନୀୟ ବୌଦ୍ଧ ପାର୍କ ପରିସରରେ ଥିବା ବୌଦ୍ଧ ମୂର୍ତ୍ତି ସମ୍ମୁଖରେ ଦୀପପ୍ରଜ୍ଵଳନ ପୂର୍ବକ ବୌଦ୍ଧ ଦିନ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ବନମାଳୀ ପାଣିଗ୍ରାହୀ ଯୋଗ ଦେଇ ଥିଲେ। ମୁଖ୍ୟ ଅତିଥି ଭାବରେ ଯୁବ ସମାଜ ସେବୀ ଇଂଜିନିୟର ବିକାଶ ମହାକୁଲ ଯୋଗ ଦେଇ ଯୁବ ସଶକ୍ତିକରଣ ଦ୍ଵାରା ଜିଲ୍ଲାର ବିକାଶ ସମ୍ଭବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଧାରାବାହିକ ନିର୍ଦ୍ଦେଶକ ବନମାଳୀ ରଣା ଭାଇ ଯୋଗ ଦେଇ ବୌଦ୍ଧ ମାଟିର ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ ।

ଏଥିରେ ଜିଲ୍ଲା ପ୍ରତିଷ୍ଠା ସମ୍ପର୍କିତ ବୌଦ୍ଧ ଦିନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗର୍ଜ୍ଜନ ସେନାର ସଭାପତି ବାଲ୍ମୀକି ମହାକୁଡ ସଭାପତିତ୍ବ କରିଥିଲେ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସବରେ ଅଁଶ ଗ୍ରହଣ କରିଥିଲେ । ଏଥିରେ ଜିଲ୍ଲା ଗଠନ ର ୨୯ ବର୍ଷ ପୂର୍ତ୍ତି ଅବସରରେ କେତେ ବିକଶିତ ହୋଇଛି ଆଉ କେତେ ବିକଶିତ ହୋଇପାରିବ ସେନେଇ ଆଲୋଚନା ମଧ୍ୟ କରିଥିଲେ ।

ବୌଦ୍ଧ ଦିନ ଉପଲକ୍ଷେ ଆମ ବୌଦ୍ଧ ପ୍ରସଙ୍ଗରେ କବିତା ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କବିତା ପ୍ରତିଯୋଗିତାରେ ବିଜୟ କୁମାର ପୃଷ୍ଟି ରାଦ୍ଧାନଗର ପ୍ରଥମ ସ୍ଥାନ, ମାଧବ ଦାସ ଭାଇ ଦ୍ଵିତୀୟ ସ୍ଥାନ ପିତାମ୍ବର ପୁର୍ , ବିମଲ୍ କୁମାର୍ ସେଠୀ ଦାମୋଦୋର୍ ପୁର ଏବଂ ଜୟଶ୍ରୀ ମହକୁଲ୍ ଓ ପ୍ରବନ୍ଧ ପ୍ରତିଯୋଗିତାରେ ସାର୍ଥକ କୁମାର୍ ମହାପାତ୍ର ପ୍ରଥମ ସ୍ଥାନ, ସରିତା ବେହେରା ଦ୍ଵିତୀୟ ସ୍ଥାନ, ତୃତୀୟ ସ୍ଥାନ ବିଜୟ କୁମାର୍ ପୃଷ୍ଟି ରାଧାନଗର କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ ସଂଗଠନ ତରଫରୁ କରାଗଲା ।

‘ବୌଦ୍ଧ ସଂମ୍ମାନ ୨୦୨୩’ ରେ ବୌଦ୍ଧର ୯୪ ବର୍ଷୀୟ ସାହିତ୍ୟକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ବନମାଳି ପାଣିଗ୍ରାହୀଙ୍କୁ ସମ୍ମାନିତ କରାଗଲା । କାର୍ଯ୍ୟକ୍ରମରେ ତୋଫାନ ଦେହୁରୀ ଅତିଥି ପରିଚୟ, ମଞ୍ଚ ପରିଚାଳନା ଦେବାଶିଷ ପ୍ରଧାନ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୌଦ୍ଧ ଦିନ ଉପଲକ୍ଷେ ଆସନ୍ତା ସାତ ଦିନ ବ୍ୟାପୀ ବିଭିନ୍ନ ସେବା ମୁଳକ କାର୍ଯ୍ୟ ଅନୁଷ୍ଠିତ ହେବ ବୋଳି ସେନା ସଭାପତି ବାଲ୍ମୀକି ମହାକୁଡ ସୁଚନା ଦେଇଛନ୍ତି।