ବୌଦ୍ଧ,୧୮ /୧ : (ଭାଗବତ ମେହେର) – ବୌଦ୍ଧ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସୋମବାର ଦିନ ଅଚାନକ ହରଭଙ୍ଗା ତହସିଲରେ ପହଁଚିଥିଲେ । କାର୍ଯ୍ୟାଳୟରେ ପଂହଁଚି ପ୍ରତିଦିନ ଅଫିସ କର୍ମଚାରୀଙ୍କ ହାଜିରା ରେଜିଷ୍ଟର,ସହିତ କ୍ୟାସ ବୁକ ରେଜିଷ୍ଟର ଇତ୍ୟାଦି ଯାଞ୍ଚ କରିଥିଲେ l ୩ଜଣ କର୍ମଚାରୀ ହାଜିରା ରେଜିଷ୍ଟରରେ ଦସ୍ତଖତ କରି ନ ଥିବାବେଳେ କ୍ୟାସ ବୁକ ଅପୂଟୁଡେଟ ନଥିବା ଦେଖି ବିରକ୍ତି ପ୍ରକାଶ କରିବା ସାଙ୍ଗକୁ ତହସିଲର ବଡ଼ବାବୁଙ୍କ ସମେତ ଅନ୍ୟ ୪ଜଣ କିରାଣୀ ଏବଂ ଜଣେ ପିଅନର ଦରମା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି l ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଦେଖି ବ୍ଲକର ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ଭିତରେ ଛନକା ପଶିଥିବା ବେଳେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟନୁଷ୍ଠାନକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ଧରିଛି l
