ବୌଦ୍ଧ,୧୮/୧ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ମଣ୍ଡିରୁ ଚାଷୀଙ୍କ ଧାନ ନ ଉଠିବାରୁ ଶତାଧିକ ଚାଷୀ ବୁଧବାର ଦିନ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଦ୍ଧ କରିବା ସହ ୧ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଅଖ ଚକ ଜାମ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ସୂଚନା ଥାଉକି ସରକାର ଚଳିତ ବର୍ଷ ଚାଷୀଙ୍କ ପାଇଁ ମଣ୍ଡିରେ କୌଣସି ଅବ୍ୟବ୍ୟବସ୍ତା ନହେବା, ଠିକ ଟାଇମରେ ମଣ୍ଡିରୁ ଧାନ ଉଠିବା, କଟନୀ ଛଟନୀ ନହେବା ପାଇଁ ସବୁନିୟମ ରହିଥିଲେ ମଧ୍ୟ୍ୟ ବିଭାଗୀୟ କର୍ମଚାରୀ ମିଲର୍ସ ଙ୍କ ମନମୁଖୀ ଯୋଗୁଁ ନିରୀହ ଚାଷୀ ଶୀତ କାକର ଖାଇ ବଳି ପଡୁଛି l ତଥାପି ପ୍ରଶାସନର ଦୃଷ୍ଟି ଗୋଚର ହେଉନଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l
ଉକ୍ତ ମଣ୍ଡିକୁ ଦିନ ଧାର୍ଯ୍ୟ ଅନୁସାରେ କେତେକ ଚଷୀଙ୍କୁ ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆଣିବାକୁ କୁହାଯାଇଥିଲା କିନ୍ତୁ ଅଵଶ୍ୟକତା ଅନୁଯାୟୀ ଧାନ ମଣ୍ଡିରୁ ଉଠୁନଥିବାରୁ ଶୀତ କାକର ଖାଇ ଚାଷୀ ଧାନ ଜଗୁଥୁବାରୁ ଚଷୀ କ୍ଷୋଭ ପ୍ରକାଶ କରି ବୁଧବାର ଦିନ ସମସ୍ତ ଚାଷୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ l ଫଳରେ ଶହ ଶହ ଜାନ ବାହାନ ଅଟକି ରହିବାରୁ ପରେ ଖବର ପାଇ ବୌଦ୍ଧ ପୋଲିସ ଓ ବିଭାଗୀୟ କର୍ମଚାରୀ ପହଁଚି ଚାଷୀଙ୍କ ଶହ ଆଲୋଚନା କରି ଦୈନିକ ୪ ଟି ଗାଡି ମଣ୍ଡିକୁ ଆସି ଧାନ ଉଠାଇବ ବୋଲି ପ୍ରତିଶୃତି ଦେବାରୁ ଚଷୀ ରାଜି ନାମା ପରେ ରାସ୍ତା ଅବରୋଧ ହଟିବା ସହ ପୂର୍ବପରି ସ୍ୱାଭାବିକ ହୋଇଥିଲା l
