ବୌଦ୍ଧ,୧୨/୬ : (ଭାଗବତ ମେହେର)- ବୌଦ୍ଧ ଜିଲା ହରଭଙ୍ଗା ଥାନା ଭାଳିଆଗୁରା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ଉକ୍ତ ମୃତକ ଜଣକ ଅଜଣା ଜାତି ହେବାରୁ ସମାଜ କିମ୍ବା ବନ୍ଧୁବାନ୍ଧବ କଲେ ନାଇ ଯୁବକଙ୍କ ଶବ ସତ୍କାର । ଫଳରେ ସବର ସତ୍କାର କାର୍ଯ୍ୟ ୨୪ ଘଣ୍ଟା ପଡି ରହିବା ପରେ ବୌଦ୍ଧ ସତ୍ୟ ସାଇ ସେବା ସଙ୍ଘଠନ ସତ୍କାର କାର୍ଯ୍ୟ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମତେ ହରଭଙ୍ଗା ଥାନା ଭାଳିଆଗୁରା ଗ୍ରାମ ରେ ଦୀର୍ଘ ୧୦ବର୍ଷ ହେବ ମଧ୍ୟପ୍ରଦେଶ ଛତ୍ ରପୁର ଅଞ୍ଚଳର ଗୋବରଧନ ପ୍ରଜାପତି ଆସି ଭାଳିଆଗୁରାର ସୁକାନ୍ତି ରଣାଙ୍କୁ ପ୍ରେମ ବିବାହ କରି ଉକ୍ତ ଗ୍ରାମରେ ରହି ଆସୁଥିଲେ । ଉଭୟ ମୂଲ ମଜୁରୀ କରି ଦୁଃଖ ସୁଖରେ ଚଳି ଆସୁଥିଲେ ହଟାତ ଗତକାଲି ଶନିବାର ରାତି ରେ ଗୋବର୍ଦ୍ଧନଙ୍କ ଦେହ ଅସୁସ୍ତ ହେବାରୁ ହରଭଙ୍ଗା ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବା ହେତୁ ଡାକ୍ତର ଅନ୍ୟ ମେଡ଼ିକାଲ ରେଫର କରିଥିଲେ । ପରେ ସ୍ତ୍ରୀ ସୁକାନ୍ତି ଅନ୍ୟ ମେଡ଼ିକାଲ ନେଉଥିବା ସମୟ ରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଘରକୁ ଶବ ଆଣି ରଖିଥିଲେ । କିନ୍ତୁ ମହିଳା ଜଣଙ୍କ ଏକା ହେତୁ ଗୋବର୍ଦ୍ଧନ ଙ୍କ ସତ୍କାର କାର୍ଯ୍ୟ କରି ପାରିନଥିଲେ । ଉକ୍ତ ଯୁବକ ଜଣକ ଅନ୍ୟ ଜାତି ହୋଇଥିବାରୁ ସମାଜ କିମ୍ବା ବନ୍ଧୁପ୍ରିୟ ଜନ କେହି ପାଖ ମାଡି ନଥିଲେ । ଯାହାକି ସୁକାନ୍ତିଙ୍କୁ ରାତି ସାରା ଓ ଦିନ ସାରା ଶବ କୁ ଧରି ପଡି ରହିଥିଲେ । ପରେ ଏସମ୍ପକରେ ଛତ୍ରଙ୍ଗ ପଂଚୟତ ର ପୂର୍ବତନ ସରପଂଚ ସୁଶୀଲ ପ୍ରାଧନ ହରଭଙ୍ଗା ଥାନା ପୋଲିସ ଘଟଣା ସମ୍ପକରେ ଅବଗତ କରାଇଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବାସହ ସ୍ତ୍ରୀ ସୁକାନ୍ତି ଓ ମୃତକଙ୍କ ପରିବାରଙ୍କ ସହମତି ରେ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଥିଲା । ପରେ ବୌଦ୍ଧ ର ସତ୍ୟସାଇ ସେବା ସଙ୍ଘଠନ ପକ୍ଷରୁ ରବିବାର ରାତି 8ଟାରେ ବୌଦ୍ଧ ମହାନଦୀ କୂଳରେ ସତ୍କାର କାର୍ଯ୍ୟ କରାଯାଇଥିବା ଜଣାପଡିଛି । ସେବା ସଙ୍ଘଠନର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସନୀୟ କରା ଯାଉଥିବା ଜଣାପଡିଛି ।