ଲେଡି ବ୍ରାଉନସୁଗର ମାଫିଆ ଗିରଫ : ୧୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର, ୧୫/୧୦ : ରାଜଧାନୀରେ ଲେଡି ବ୍ରାଉନସୁଗର ମାଫିଆକୁ ଗିରଫ କରିଛି ଅବକାରୀ ଟିମ୍ । ୧୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲା ଅବକାରୀ ଟିମ୍ । ଭୁବନେଶ୍ବର ବଡଗଡ ମହିଶିଖାଲରୁ ୧୮୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଅବକାରୀ ଟିମର ଅପରେସନରେ ଧରାପଡିଛି ଲେଡି ମାଫିଆ । ଗିରଫ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ବେହେରା ବୋଲି ଜଣାପଡିଛି । ଖୋର୍ଦ୍ଧାରୁ ବସରେ ଯାଇ ବ୍ରାଉନସୁଗର ପୁଡିଆ ଆଣଥିଲେ । ପ୍ରତି ପୁଡିଆକୁ ୩୫୦ ଟଙ୍କାରେ ବିକ୍ରି କରୁଥିଲେ । ମହିଳା ଜଣକ ପୁର୍ବରୁ ଅନେକ ଥର ଡ୍ରଗସ କାରବାରର ଗିରଫ ହୋଇଛନ୍ତି ।

SBI_Festive_Digital Billboard