ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ ଦ୍ୱାରା ପ୍ରାୟ ୨୨୫ ଗ୍ରାମ ବ୍ରାଉନସୁଗାର ସୋମବାର ଜବତ ହୋଇଛି ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଏକ ଦାମୀ କାର, ବନ୍ଧୁକ ଜବତ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି।