ଆତଙ୍କବାଦୀଙ୍କ ଉଦ୍ୟମ ପଣ୍ଡ କଲା ବିଏସଏଫ : ୭ ଆତଙ୍କୀ ନିହତ

0

ନୂଆଦିଲ୍ଲୀ, ୦୯/୦୫ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଅନୁପ୍ରଦେଶ ଉଦ୍ୟମ ପଣ୍ଡ କଲା ବିଏସଏଫ। ଏଥିରେ ୭ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବଢ଼ୁଥିବା ବେଳେ ଜମ୍ମୁ କଶ୍ମୀର ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ନିହତ ଆତଙ୍କୀ ଜୈସ ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଅଛନ୍ତି । ବିଏସଏଫର ସତର୍କ ଯବାନ ଆତଙ୍କୀ ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଛି । ଅତିକମରେ ୭ ଜଣ ଆତଙ୍କବାଦୀକୁ ମାରିଛନ୍ତି ଯବାନ । ଜମ୍ମୁ-କାଶ୍ମୀରର ପୁଞ୍ଚରେ ପାକିସ୍ତାନୀ ସେନା ଲଗାତାର ପ୍ରବଳ ଗୁଳିମାଡ଼ କରୁଛି । ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଏବଂ POKରେ ଆତଙ୍କବାଦୀ ଆଡ୍ଡା ଉପରେ ବିମାନ ଆକ୍ରମଣ କରିଛି, ଯାହା ପରେ ପାକିସ୍ତାନ ଆତଙ୍କିତ ହୋଇ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରୁଛି । ଗତକାଲି ରାତି ପ୍ରାୟ ୮ଟାରେ, ପାକିସ୍ତାନ ପୁଣି ଜମ୍ମୁ, ରାଜସ୍ଥାନ ଏବଂ ପଞ୍ଜାବକୁ ଟାର୍ଗେଟ କରି ଆକ୍ରମଣ ଆରମ୍ଭ କରିଥିଲା, କିନ୍ତୁ ଭାରତ ଏହାର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ବିମାନ ପ୍ରତିରୋଧୀ ବନ୍ଧୁକ ସାହାଯ୍ୟରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ବିଫଳ କରିଥିଲା ।

Leave A Reply

Your email address will not be published.