ସ୍ୱାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ୍ ଠାବ; ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବାର ଖବର ମିଳିଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପଲଙ୍କ ନେତୃତ୍ୱରେ ସେମାନେ ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ପୋତି ଥିଲେ। କୌଣସି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯବାନ। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି।