ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ

ଭୁବନେଶ୍ୱର, ୨୩/୦୯ : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଚାଲୁଥିଲା ଚିକିତ୍ସା । ୮ ଦିନ ପରେ ସୁସ୍ଥ ହେଇ ଆଜି ଘରକୁ ଫେରିଲେ ବୁଦ୍ଧାଦିତ୍ୟ । ବହୁତ କମ କଥା ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ରିପୋର୍ଟରେ ଫୁସଫୁସ ଓ ଛାତିରେ ମାଇଲଡ ଇନଫେକ୍ସନ ହେଇଛି ବୁଦ୍ଧାଦିତ୍ୟଙ୍କର । ଘରେ ରହି ନିୟମିତ ମେଡ଼ିସିନ ଓ ରେଷ୍ଟ ନେଲେ ସମ୍ପୂର୍ଣ ଭାବରେ ଠିକ ହେଇଯିବେ ବୋଲି କହିଛନ୍ତି ବୁଦ୍ଧାଦିତ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ଗତ ଆଠ ଦିନ ତଳେ ଘରେ ଥିବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୁଦ୍ଧାଦିତ୍ୟ। ତୁରନ୍ତ ପରିବାର ଲୋକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପିଡ଼ିତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ। ତାଙ୍କୁ ପଲ୍ୟୁମନାରୀ ମେଡ଼ିସିନ୍ ବିଭାଗର ଡାକ୍ତର ଚିକିତ୍ସା କରି ଆରୋଗ୍ୟ କରିଥିଲେ । ଆଉ ଆଜି ଘରକୁ ଫେରୁଛନ୍ତି ବୁଦ୍ଧାଦିତ୍ୟ ।

SBI_Festive_Digital Billboard