ବଜେଟ ୨୦୨୧-୨୨ : ଆସନ୍ତୁ ଜାଣିବା କ’ଣ ମହଙ୍ଗା ହେଲା ଏବଂ କ’ଣ ଶସ୍ତା ହେଲା ..?

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୧-୨୨ରେ କିଛି ଆଇଟମ୍ ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରିଥିବାବେଳେ କିଛି ଆଇଟମ୍ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରିବା ନେଇ ଘୋଷଣା କରିଛନ୍ତି । ଏହି ଡ୍ୟୁଟିର ଅନୁପାତ ଉତ୍ପାଦର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ବଜେଟରେ କ’ଣ ଶସ୍ତା ଏବଂ ମହଙ୍ଗା ହେବ ।

ଶସ୍ତା : ବିଦ୍ୟୁତ୍, ବୀମା, ଇସ୍ପାତ ଦ୍ରବ୍ୟ, ସୁନା, ରୂପା, ରଙ୍ଗ, ଲୁହା, ଜୋତା, ନାଇଲନ୍ ସାମଗ୍ରୀ, ଡ୍ରାଇ କ୍ଲିନିଙ୍ଗ, ଚମଡ଼ା ସାମଗ୍ରୀ, ପଲିଷ୍ଟର କପଡା, ରତ୍ନ ପଥର ଇତ୍ୟାଦି ।

ମହାଙ୍ଗା : ମୋବାଇଲ୍, ମୋବାଇଲ୍ ଚାର୍ଜର, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ସୂତା କପଡା, ଅଟୋ ପାର୍ଟସ୍, ଡାଲି, ମଦ, ପେଟ୍ରୋଲ, ଡିଜେଲ ଇତ୍ୟାଦି ।