୨୧ ରୁ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ବର,୨/୨ : ଫେବୃଆରୀ ୨୧ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ୍ ୬ ତାରିଖ ଯାଏ ଚାଲିବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଚାଲିବ। ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଚାଲିବ। ଏହାରି ମଧ୍ୟରେ  ୨୭ ତାରିଖରେ ଉପସ୍ଥାପିତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍କୁ ଉପସ୍ଥାପନ କରିବେ।

SBI AD