ଆସନ୍ତା ନଭେମ୍ବର ୩୦ରେ ବୁଧ ସିଂହ ରାଶିକୁ ଗୋଚର କରିବେ, ଏହାଦ୍ୱାରା ୩ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଚମକିବ। ଏଥିସହ ବୁଧଙ୍କ ବିଶେଷ କୃପା ଯୋଗୁ ସେମାନଙ୍କ ଆୟରେ ବୃଦ୍ଧି,ଚାକିରିରେ ପ୍ରମୋଶନର ଯୋଗ ରହିଛି।
ଆସନ୍ତୁ ଜାଣିବା :
ଧନୁ : ବୁଧ ଗ୍ରହର ରାଶି ପରିବର୍ତ୍ତନ ଧନୁ ରାଶିର ଜାତକଧାରୀଙ୍କ ପାଇଁ ଅନୁକୂଳ ରହିବ। କାରଣ ଏହି ଗୋଚର ଆପଣଙ୍କ ରାଶିର ନବମ ସ୍ଥାନରେ ରହିବ। ଏଥିଲାଗି ଏହି ସମୟରେ ଆପଣଙ୍କ ଭାଗ୍ୟ ବଦଳିପାରେ। ଦେଶ ବିଦେଶର ଯାତ୍ରା କରିପାରନ୍ତି। ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ସଫଳତା ହାସଲ କରିପାରନ୍ତି। ଆର୍ଥିକ ଭାବେ ଏହି ସମୟ କଳା ନଚେତ ଟେକ୍ନୋଲୋଜି କ୍ଷେତ୍ର ସମୟ ଜଡ଼ିତ କ୍ଷେତ୍ରରେ ନିବେଶ ଲାଗି ଭଲ। ଧର୍ମକର୍ମରେ ଆପଣଙ୍କ ରୁଚି ବଢ଼ିବ।
ମିଥୁନ : ଆପଣଙ୍କ ଲାଗି ବୁଧ ଗ୍ରହର ରାଶି ପରିବର୍ତ୍ତନ ଅନୁକୂଳ ସାବ୍ୟସ୍ତ ହୋଇପାରେ। କାରଣ ବୁଧ ଆପଣଙ୍କ ରାଶିରେ ଧନ ଏବଂ ବାଣୀ ସ୍ଥାନରେ ଚୋଚର କରିବେ। ଏଥିଲାଗି କିଛି ସମୟ ବ୍ୟବଧାନରେ ଆକସ୍ମିକ ଧନଲାଭର ସୁଯୋଗ ରହିଛି। ଟେଲିକମ୍ ନଚେତ ଗଣମାଧ୍ୟମ ସହ ଜଡ଼ିତ ଲୋକଙ୍କ ପାଇଁ ଏହି ସମୟ ବିଶେଷ ଭାବେ ଭଲ ରହିବ। ସେହିଭଳି ବୁଧ ଆପଣଙ୍କ ରାଶିର ଲଗ୍ନ ତଥା ଚତୁର୍ଥ ସ୍ଥାନର ସ୍ବାମୀ ହୋଇଥିବା ହେତୁ ଯାନବାହନ ନଚେତ ସମ୍ପତ୍ତି କିଣିପାରନ୍ତି।
କନ୍ୟା : ବୁଧ ଗ୍ରହର ରାଶି ପରିବର୍ତ୍ତନ କନ୍ୟା ରାଶି ପାଇଁ ଲାଭଦାୟକ ରହିବ। କାରଣ ବୁଧ ଗ୍ରହ ଆପଣଙ୍କ ରାଶିର ୧୨ତମ ସ୍ଥାନରେ ଗୋଚର କରିବାକୁ ଯାଉଛନ୍ତି। ଏଥିଲାଗି ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ। ଚାକିରି କ୍ଷେତ୍ରରେ ଅଫିସ ଟଙ୍କାରେ ଦୂର ଯାତ୍ରା କରିବାର ସୁଯୋଗ ମିଳିପାରେ। କାମ ପାଇଁ ଏହି ଯାତ୍ରା ହୋଇଥିଲେ ହେଁ ବହୁତ କିଛି ଶିଖିବାକୁ ମିଳିବ। ଭାବିଥିବା ଯୋଜନା ସଫଲ ହେବ। ସଞ୍ଚୟ କରିବାରେ ସଫଳ ହେବେ।