ଭାରତକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା, ବ୍ୟାକ ଇଞ୍ଜୁରି ସମସ୍ୟା ଯୋଗୁଁ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରା ପିଠି ଯନ୍ତ୍ରଣା ଯୋଗୁଁ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବାରୁ ବଞ୍ôଚତ ହେଲେ ପେସ୍ ବୋଲର ଯଶପ୍ରୀତ ବୁମରା । ଗୁରୁବାର ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଛି । ତେଣୁ ଭାରତର ବିଶ୍ୱକପ ଅଭିଯାନ ପ୍ରତି ଘୋର ଆଘାତ ପହଞ୍ôଚଛି । ସୂଚନା ଯୋଗ୍ୟ ଯେ ଅନୁରୂପ କାରଣ ନେଇ ବୁମରା ଗତ ଏସିଆ କପ ଖେଳି ପାରି ନ ଥିଲେ ।

ତେବେ ଏହି ଯନ୍ତ୍ରଣାରୁ ମୁକ୍ତ ହେବା ପରେ ସେ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଖେଳିବା ପାଇଁ ଦଳରେ ସାମିଲ ହୋଇଥିଲେ । ମାତ୍ର ତାଙ୍କର ପ୍ରଦର୍ଶନ ଆଶାନୁରୂପକ ହୋଇ ପାରି ନ ଥିଲା । ଗତ ସେ୍େପ୍ଟମ୍ବର ୨୩ ଓ ୨୫ ତାରିଖ ଦିନ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ମ୍ୟାଚରେ କେବଳ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ମ୍ୟାଚରେ ୨୩ ରନ ବିନିମୟ କରି ୧ ୱିକେଟ ପାଇଥିବା ବେଳେ ତୃତୀୟ ମ୍ୟାଚରେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇ ୫୦ ରନ ବିନିମୟ କରି ଥିଲେ ହେଁ ୱିକେଟ ହାସଲ କରିବାରେ ବିଫଳ ହୋଇଥିଲେ । ତେଣୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ନ ଥିବା ଏଥିରୁ ସ୍ପଷ୍ଟ ହୋଇ ଥିଲା ।

ତେବେ ଆଗକୁ ବିଶ୍ୱକପ ଥିବାରୁ ତାଙ୍କର ଫିଟନେଶ ଅନୁଧ୍ୟାନ କରିବା ପାଇଁ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ପୁଣି ଦଳରେ ସାମିଲ ହୋଇ ଥିଲେ । ମାତ୍ର ଗତ ମଙ୍ଗଳବାର ଦିନ ସେ ନେଟ ପ୍ରାକ୍ଟିସ କରୁ ଥିବା ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିବା ଫଳରେ ବୁଧବାର ତିରୁବନନ୍ଥପୁରମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ଖେଳି ପାରି ନ ଥିଲେ । ସେହିପରି ସିରିଜର ଅବଶିଷ୍ଟ ଦୁଇ ମ୍ୟାଚ ଖେଳି ପାରିବେ ନାହିଁ ବୋଲି ଜଣା ପଡିଛି । ବିସିସିଆଇ ସୂତ୍ରରୁ ମିଳି ଥିବା ସୂଚନା ମୁତାବକ ସେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଖେଳିବା ଅସମ୍ଭବ ହୋଇ ପଡିବ । କାରଣ ତାଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି ।