ବସ୍‌ – ଟ୍ରକ୍‌ ମୁହାଁମୁହିଁ : ଟ୍ରକ୍‌ ଡ୍ରାଇଭର ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମୈଦଲପୁର ଖଡ଼କା ନିକଟରେ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମୈଦଲପୁର ପୁଲିସ ଉଦ୍ଧାର କରି ମେଡିକାଲ ପଠାଇଛି। ଟ୍ରକ୍‌ ଡ୍ରାଇଭର ଚାପି ହୋଇ ରହିଥିବା ବେଳେ କୋକସରା ଓ ପାପଡ଼ାହାଣ୍ଡି ଅଗ୍ନିଶମ ବିଭାଗ ଓ ମୈଦଲପୁର ପୁଲିସ ମିଳିତ ଭାବେ ଉଦ୍ଧାର କରିଥିଲେ।

ସୂଚନା ପ୍ରକାରେ ଏସ୍‌ବିଏମ୍ଏସ୍ ନାମକ ଏକ ଘରୋଇ ବସ୍‌ (ଓଡ଼ି ୧୦ ଇ ୨୨୧୨) ଭବାନୀପାଟଣା ଠାରୁ ଜୟପୁର ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଟ୍ରକ୍‌ (ଡବ୍ଲ୍ୟୁ ବି ୧୫ ଇ ୧୦୦୬) ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍‌ ଡ୍ରାଇଭର ଚାପି ହୋଇ ମୃତ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ପୁଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା।

ଯାତ୍ରୀବାହୀ ବସ୍‌ରେ ୫୦ରୁ ୬୦ ଯାତ୍ରୀ ଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁଲିସ ଗାଡ଼ି ଓ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲ ନିଆଯାଇଥିଲା।

SBI_Festive_Digital Billboard