ନଭେମ୍ବର ୨୯ ପୂର୍ବରୁ ତିର୍ତ୍ତୋଲ୍‌ ଓ ବାଲେଶ୍ବର ସଦର ଉପନିର୍ବାଚନ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏକାଠି ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ବିଭିନ୍ନ ରାଜ୍ୟର ମୁଖ୍ୟସଚିବ, ନିର୍ବାଚନ ଅଧିକାରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଅଯିବ ବୋଲି ସୂଚନା ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ଓଡ଼ିଶାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ବିଷ୍ଣୁଚରଣ ଦାସଙ୍କ ପରଲୋକ ଯୋଗୁ ଏହି ଦୁଇଟି ବିଧାନସଭା ମଣ୍ଡଳୀରେ ବିଧାନସଭା ଆସନ ପଦ ଖାଲିପଡ଼ିଥିଲା। ନଭେମ୍ବର ୨୯ ପୂର୍ବରୁ ବିହାର ନିର୍ବାଚନ ସହ ଅନ୍ୟ ରାଜ୍ୟର ଉପନିର୍ବାଚନ ଶେଷ କରାଯିବା ଜରୁରୀ ବୋଲି ଭାରତୀୟ ନିର୍ବାଚନ କମିଶନ ନିର୍ଦେଶ ଦେବା ସହିତ ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇ ଦିଆଯିବ ପ୍ରକାଶ କରିଛନ୍ତି।