ଭୁବନେଶ୍ବର,୧୮/୬: ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ; ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଆଡ଼ଭୋକେଟ୍ ଜେନେରାଲ ଅଶୋକ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।