କ୍ୟାବିନେଟ୍ ନିଷ୍ପତ୍ତି ‘ନୋ ମନି ଅଫ୍ ଟେରର୍’ ସମ୍ମିଳନୀ: ମୋଟ୍ ୧୭ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ଶୁକ୍ରବାର ଅପରାହ୍ଣରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୋଟ୍ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ମୋଟ୍ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ନୂତନ ବନ୍ଦର ନୀତି ସହ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ନୀତି ‘ପ୍ରାରମ୍ଭ’, ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ମଧ୍ୟ ଅନୁମୋଦନ କରାଯାଇଛି । ସେହିପରି ଓୟୁଟିଆର୍ ରୂପାନ୍ତରଣରେ ୧୭ଶହ କୋଟି ଟଙ୍କା ବ୍ୟୟ କରାଯିବା ପ୍ରସ୍ତାବକୁ ମଧ୍ୟ ମୋହର ମରାଯାଇଛି ।

ଏତଦବ୍ୟତୀତ କଟକ ଜିଲ୍ଲାରେ ହାଡୁଆ ନଦୀ ଉପରେ ଏକ ଡ୍ୟାମ୍ ନିର୍ମାଣକୁ ମଧ୍ୟ ଅନୁମୋଦନ ଦିଆଯାଇଛି । ଏହି ବୈଠକରେ ରାଜ୍ୟ ଶିଶୁ ନୀତି ୨୦୨୨ ‘ପ୍ରାରମ୍ଭ’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଶିଶୁଙ୍କ ବଞ୍ôଚବାର ଅଧିକାର ଓ ସୁରକ୍ଷାକୁ ଏହି ନୂଆ ନୀତି ଯଥେଷ୍ଟ ସହାୟକ ହେବ । ଶିଶୁଙ୍କ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାରକୁ ଅଗ୍ରାଧିକାର ଦିଆଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ବର୍ଷକ ମଧ୍ୟରେ ଏହି ନୂଆ ନୀତିକୁ ଲାଗୁ କରାଯିବ ।

ଅନୁରୂପ ଭାବେ ରାଜ୍ୟ କ୍ୟାବିନେଟ୍ରେ ଓଡ଼ିଶା ବନ୍ଦର ନୀତି୨୦୨୨କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶ ପ୍ରତି ଗୁରୁତ୍ୱାରୋପ କରାଯାଇଛି । ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ଏହି ନୂଆ ନୀତି ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି । ଏହା କାର୍ଯ୍ୟକାରୀ ହେଲେ ବନ୍ଦର ଏବଂ ବନ୍ଦର ସମ୍ପର୍କିତ ଶିଳ୍ପ ସମୂହର ମଧ୍ୟ ବିକାଶ ଘଟିବ ବୋଲି ଆଶା ପ୍ରକାଶ କରାଯାଉଛି । ଚଳିତ ୨୦୨୨-୨୩ ବର୍ଷରେ ଫସଲ ବିବିଧି କରଣ ଯୋଜନା ନାମରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଫସଲର ବିବିଧତାକୁ ପ୍ରୋତ୍ସାହିତ କରିବା ଉପରେ ଏହା ପ୍ରଥମ ପ୍ରକାରର କୃଷି କାର୍ଯ୍ୟକ୍ରମ ହେବ । ଏହି ଯୋଜନା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୨-୨୩ ବର୍ଷରୁ ୨୦୨୪-୨୫ ବର୍ଷ ପାଇଁ ୯୨୯୫୫.୬୫ ଲକ୍ଷ ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ଅନୁମୋଦନ ଦେଇଛନ୍ତି ।

ଏହା ଜଳ ବ୍ୟବହାରର ଦକ୍ଷତା ବୃଦ୍ଧିଳ ମାଟି ସ୍ୱାସ୍ଥ୍ୟକୁ ପୁନର୍ଜୀବିତ କରିବା, ମାଟିରେ ରସାୟନିକ ଏବଂ ଜୈବିକ ଗୁଣରେ ପରିବର୍ତନକୁ ରୋକିବାରେ , ଅଣଧାନ ଏବଂ ଉଚ୍ଚମୂଲ୍ୟଯୁକ୍ତ ଫସଲ ଗୁଡିକର ଉତ୍ପାଦନ ବୃଦ୍ଧି ତଥା କୃଷକମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି , ପୁଷ୍ଟିକର ସୁରକ୍ଷା ଏବଂ ଆୟ ବୃଦ୍ଧିରେ ସହାୟକ ହେବ । ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ୩ ବର୍ଷରେ ୩.୭ ଲକ୍ଷ ହେକ୍ଟର ଧାନ ଫସଲ ଚାଷ ପରେ ପଡିଆ ରହୁଥିବା ଜମିରେ ଡାଲି ଜାତୀୟ ଫସଲ କରାଯିବ । ବୃହତ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧.୫ ଲକ୍ଷ ହେକ୍ଟର ଉଚ୍ଚ ଓ ମଧ୍ୟ ଧାନ ଜମିରେ ଅଣଧାନ ଚାଷ କରିବା ଏବଂ ୦.୫ ଏକ୍ଷ ହେକ୍ଟର ଜମିରେ ବଜାରର ଚାହିଦା ମୁତାବକ ଦେଶୀ ସୁଗନ୍ଧିତ ଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

SBI_Festive_Digital Billboard