କ୍ୟାବିନେଟ ବୈଠକରେ ନିଷ୍ପତ୍ତି : ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ ଜୀବନୀ

ଭୁବନେଶ୍ୱର,୨୮/୧୨: କ୍ୟାବିନେଟ ବୈଠକରେ ପିଲାଙ୍କ ପାଠ୍ୟକ୍ରମ​‌ ସଂପର୍କରେ ବଡ ନିଷ୍ପତ୍ତି ନିଆଯାଇଛି। ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ ସଂପର୍କରେ ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ରହିବ । ମେଧାବୀ ପିଲାଙ୍କୁ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ବିଶିଷ୍ଟ ଶିକ୍ଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ। ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।