ବାହାରିନି : ବର୍ତ୍ତମାନ ସମୟରେ କ୍ୟାନ୍ସରରୋଗ ଏକ ବିଶ୍ୱବ୍ୟାପୀ ମୁଣ୍ଡ ବିନ୍ଧାର କାରଣ ହୋଇଛି l ଏହାର ବ୍ୟୟ ବହୁଳ ଚିକିତ୍ସା ବ୍ୟବସ୍ଥା ଓ ଚିକିତ୍ସା ଭିତ୍ତିକ ଫଳାଫଳ ହିଁ ସମସ୍ତ ଆତଙ୍କର କାରଣ ଅଟେ l ଏହି କାରଣରୁ ଏ ରୋଗରେ ପୀଡିତ ନହେବା ପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି ଓ ଏହି ସଚେତନତା ସମ୍ବନ୍ଧୀୟ ବହୁ କାର୍ଯ୍ୟକ୍ରମ ବିଶ୍ଵବ୍ୟାପୀ ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ଦିନ ବାହାରିନି ଓଡ଼ିଆ ସମାଜ (BOS) ଆନୁକୂଲ୍ୟରେ ଏକ କ୍ୟାନ୍ସର ସଚେତନତା ଶିବିର ଉମ ଅଲ ହସମର କିମ୍ସ ହସ୍ପିଟାଲଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କ୍ୟାନ୍ସର ରୋଗର ଭୟାବହତା, ଏହାର ଚିକିତ୍ସା ପଦ୍ଧତି ତଥା କାରଣ ବିଷୟରେ ଆଲୋକପାତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଡାକ୍ତର ମି. ଅସୀମ୍ ଅବଦୁଲ୍ଲା ଅଂଶ ଗ୍ରହଣ କରି ତାଙ୍କର ମୂଲ୍ୟବାନ ମତ ପୋଷଣ କରିଥିଲେ l
