ଭୁବନେଶ୍ୱର ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ କର୍କଟ ଦିବସ ପାଳିତ

ଭୁବନେଶ୍ୱର, ୪/୨ : ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଆଜି ଭୁବନେଶ୍ୱର ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ସଚେତନତାର ବାର୍ତ୍ତା ଦିଆଯାଇଛି । ଏହି ଅବସରରେ ହସ୍ପିଟାଲର ଅଧିକ୍ଷକ ଡା. ଦିଲ୍ଲୀପ କୁମାର ସାହୁ, ଚିକିତ୍ସକ ଓ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, କ୍ରମବର୍ଦ୍ଧିଷ୍ଣୁ କର୍କଟ ହାର ରୋକିବାରେ ଚିକିତ୍ସକମାନଙ୍କର ମୁଖ୍ୟ ଭୂମିକା ରହିଛି । ପ୍ରାଥମିକ ସ୍ଥରରେ ନିରୂପଣ ଓ ଚିକିତ୍ସା ଦ୍ୱାରା ଏହି ଦୂରାବ୍ୟାଧିକୁ ଆମେ ସହଜରେ ହରେଇ ପାରିବା । କର୍କଟଜୟୀ ବ୍ୟକ୍ତିମାନେ ସମାଜକୁ ସାକାରତ୍ମକ ବାର୍ତ୍ତା ଦେଲେ ଏହା ଏହି ରୋଗକୁ ଲଢ଼ିବାକୁ ସହାୟକ ହେବ ।