ଆଜି ଅମିତ ଶାହଙ୍କୁ ଭେଟିବେ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହ

ନୂଆଦିଲ୍ଲୀ,୨୦/୧୦ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଏହା ହେଉଛି ତାଙ୍କର ତୃତୀୟ ଦିଲ୍ଲୀ ଗସ୍ତ।

ସେ ବାରମ୍ବାର ଅମିତ ଶାହାଙ୍କୁ ଭେଟୁଥିବାରୁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ନିମନ୍ତେ ନିଜେ ରାଜନୈତିକ ଦଳ ଗଠନ କରି ‘ବିଜେପି’ ସହ ମେଣ୍ଟ କରିବେ କିଂବା ଆସନ ବୁଝାମଣା କରିବେ ବୋଲି କଳ୍ପନାଜଳ୍ପନା ତୀବ୍ରତର ହେଉଛି।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଅମିତ ଶାହଙ୍କ ସହ ଆଜିର ବୈଠକରେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନର ଆମାୟିକ ସମାଧାନ ବିଷୟରେ ଆଲୋଚନା କରିପାରନ୍ତି।