ନିଶ୍ଚିନ୍ତକୋଇଲି, ୫/୧୦ : କଟକ ଜିଲ୍ଲା ନେମାଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କେନାଲ ଭିତରକୁ ଏକ କାର ଖସି ପଡିଛି। ଫଳରେ କାର ଚଲାଉ ଥିବା ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି। ମୃତକ ଚାଳକଙ୍କ ନାମ ସୈାମ୍ୟରଞ୍ଜନ ସାହୁ । ସେ ନେମାଳ ଗାଁରେ ବସବାସ କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରବିବାର ଦିନ ବିଳମ୍ବିତ ରାତିରେ ନଗସପୁର-ପୁନ୍ଦାଳ କେନାଲର ଏକ ପୋଲ ନିକଟରେ କାରଟି କେନାଲ ଭିତରକୁ ଖସି ପଡ଼ିଥିଲା। ପାଣିରେ ପଡିଯିବାରୁ ଡ୍ରାଇଭର କାର ଭିତରୁ ବାହାରକୁ ବାହାରି ପାରି ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ, ନେମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରର କାଚ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ।