କଟକ କଲ୍ୟାଣ ନଗର ଅଞ୍ଚଳରେ କେନାଲକୁ ଖସିଲା କାର୍, ଚାଳକ ମୃତ୍ୟୁ

କଟକ : କଟକ କଲ୍ୟାଣ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କେନାଲ ଭିତରକୁ ଏକ କାର ଖସି ପଡିଛି। କାର ଭିତରୁ ଜଣେ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ କଟକ କଲ୍ୟାଣ ନଗର କେନାଲରେ କାରଟି ଖସି ପଡିଛି। କାରରେ କେତେ ଜଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ କେଉଁ ପରିସ୍ଥିତିରେ କାରଟି କେନାଲରେ ଖସି ପଡିଲା, ତାହା ଜଣାପଡି ନାହିଁ। ତାଜା ସୂଚନା ଅନୁସାରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।