କାର୍ଗୋ ବିମାନ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ, ୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୨୦/୧୦ : ଦୁବାଇରୁ ଉଡ଼ାଣ ଭରୁଥିବା ମାଲବାହୀ ବିମାନ ହଠାତ୍ ରନୱେରୁ ଖସି ସମୁଦ୍ରରେ ପଡ଼ିଯିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସୋମବାର ସକାଳେ ବୋଇଂ ୭୪୭ ବିମାନଟି ହଂକଂ ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ହଠାତ୍ ଖସି ସମୁଦ୍ରରେ ପଡ଼ିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନର ଅଧା ଅଂଶ ଭାଙ୍ଗି ସମୁଦ୍ରରେ ପଡ଼ିଥିଲା। ଦୁର୍ଘଟଣା ସମୟରେ ମୋଟ ଚାରି ଜଣ ଲୋକ ଥିଲେ। ହଂକଂ ବିମାନବନ୍ଦର ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଦୁର୍ଘଟଣାରେ ଅନ୍ୟ ଦୁଇଜଣ ପ୍ରାଣ ହରାଇଛନ୍ତି। ଗତ ରାତି ପ୍ରାୟ ୪ଟାରେ ଦୁର୍ଘଟଣା ଘଟିଥିଲା। ଏମିରେଟ୍ସ ଏକ ବିବୃତ୍ତି ଜାରି କରି କହିଛି, ‘ଫ୍ଲାଇଟ୍ EK9788 ସୋମବାର ହଂକଂରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।’ ଏହା ଏକ ବୋଇଂ ୭୪୭ କାର୍ଗୋ ବିମାନ ଥିଲା। କ୍ରୁ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି ଏବଂ ଏଥିରେ କୌଣସି ମାଲବାହୀ ନଥିଲା। ହଂକଂ ବେସାମରିକ ବିମାନ ଚଳାଚଳ ବିଭାଗ କହିଛି ଯେ ହଂକଂ ବିମାନ ଦୁର୍ଘଟଣା ତଦନ୍ତ ସଂସ୍ଥାକୁ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି। ସେମାନେ ଘଟଣାର ତଦନ୍ତ କରିବେ ଏବଂ ଏହାର କାରଣ ନିର୍ଣ୍ଣୟ କରିବାକୁ ଚେଷ୍ଟା କରିବେ।

SBI_Festive_Digital Billboard