ବେଆଇନ ଗୋରୁ ଚାଲାଣ ବେଳେ ୫୦ରୁ ଅଧିକ ଗୋରୁ ଉଦ୍ଧାର, ୨ ଗାଡି ଜବତ

ସାଲେପୁର, ୬/୯ : ବେଆଇନ ଗୋରୁ ଚାଲାଣ ବେଳେ ଜଗତପୁର ଗୋଲେଇ ଛକ ଓ ଚୌଦ୍ୱାର ଥାନା ଅଞ୍ଚଳରୁ ରାଷ୍ଟ୍ରୀୟ ବଜରଙ୍ଗୀ ସେନା ଓ ବିଶ୍ୱହିନ୍ଦୁ ପରିଷଦ ମିଳିତ ଭାବେ ଦୁଇଟି ଗୋରୁ ବୋଝେଇ ଗାଡି ଜବତ କରିଛି । ବେଆଇନ ଭାବେ ଏହି ଗୋରୁ ଗାଡି ଆଠଗଡରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଜବତ ହୋଇଛି ।

ତେବେ ଜବତ ହୋଇଥିବା ଗାଡିରୁ ପ୍ରାୟ ୫୦ରୁ ଅଧିର ଗୋରୁ ଉଦ୍ଧାର କରାଯାଇଛି । ଏହାସହ ଗୋରୁ ଗାଡିରେ ଲଙ୍କା ଗୁଣ୍ଡ, ମାରଣାସ୍ତ୍ର ଇତ୍ୟାଦି ଥିବା ଜଣାପଡିଛି । ପରେ ରାଷ୍ଟ୍ରୀୟ ବଜରଙ୍ଗୀ ସେନା ଜବତ ହୋଇଥିବା ଗାଡି ଓ ଗୋରୁମାନଙ୍କୁ ଜଗତପୁର ପୋଲିସ ଓ ଚୌଦ୍ୱାର ପୋଲିସଙ୍କ ହେପାଜତରେ ଦେଇଛନ୍ତି । ସମସ୍ତ ଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଇବେ ବୋଲି ସୂଚନା ମିଳିଛି।