ଭଟଲି, ୭/୧୧: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ନିକଟରେ ରାସ୍ତା ଉପରେ ଏକ କାର ଜଳିଯାଇଛି । ଚଳନ୍ତା ଅବସ୍ଥାରେ କାରରେ ନିଆଁ ଲାଗି ଯାଇଥିଲା । ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗାଡି ନମ୍ବର ଓଆର ୧୭ ଏ ୨୯୩୦ରେ ଅଚାନକ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ବେଳେ ଡ୍ରାଇଭର କାରରୁ ବାହାରି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।