ଭୁବନେଶ୍ୱର, ୧୯/୨ : ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ୍ ନେଇ ରେଡ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଏହି ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ ।
ଖବର ଅନୁଯାୟୀ, ୭୭୫ଟି ପୋଷ୍ଟର ଜାଲ୍ ପ୍ରମାଣପତ୍ର ନେଇ ନିଯୁକ୍ତି କରାଯାଇଥିଲା । ଯାହାର ପ୍ରମାଣ ପାଇ ଚଢାଉ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଏହିକ୍ରମରେ ବୁଧବାର ଦିନ ସିବିଆଇର ଏକ ଟିମ୍ ଏମ୍ସରେ ଚଢାଉ କରିଥିଲା । ଏହି ଚଢାଉରେ ନିଯୁକ୍ତ ସ୍କାମର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ବାକି ଏହି ସ୍କାମରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ସିବିଆଇ ।