ଓଡ଼ିଶା ଚିଟ୍ ଫଣ୍ଡ ଦୁର୍ନୀତି : ଆମିକସକ୍ୟୁରିଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪/୧୧ : ଓଡ଼ିଶା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟରେ ଆଜି ସମୟ ମାଗିଲା ସିବିଆଇ। ୨୫ ନଭେମ୍ବର ସୁଦ୍ଧା ପ୍ରତି ସତ୍ୟପାଠ(କାଉଣ୍ଟର ଏଫିଡେଭିଟ୍‌) ଦେବାକୁ ସିବିଆଇକୁ ସମୟ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ। ଡିସେମ୍ବର ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହାଛଡ଼ା ଏହି ମାମଲାରେ ଆଜି ଆମିକସକ୍ୟୁରୀ ନିଯୁକ୍ତି କଲେ କୋର୍ଟ। ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ନିଯୁକ୍ତି ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଏମ.ଆର ସାହା ଓ ବିଚାରପତି କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ନିବେଷକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ ଇତି ମଧ୍ୟରେ କ’ଣ ପଦକ୍ଷେପ ନେଇଛନ୍ତି? ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ଜନସ୍ୱାର୍ଥ ମାମଲା ପିଟିସନ ଦାଖଲ କରାଯାଇଛି। ଓଡ଼ିଶାର ଚିଟଫଣ୍ଡ ଠକେଇରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଇଛି। ୪୪ଟି ଚିଟ୍‌ଫଣ୍ଡ କମ୍ପାନୀ ବିରୋଧରେ ୨୦୧୪ ମସିହାରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତା’ର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି।

SBI_Festive_Digital Billboard