ଏଣିକି ବର୍ଷକୁ ଦୁଇ ଥର ହେବ CBSE ବୋର୍ଡ ପରୀକ୍ଷା

0

ଭୁବନେଶ୍ୱର, ୨୫/୦୬ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବାକୁ ବର୍ଷକୁ ହେବ ୨ଟି ବୋର୍ଡ ପରୀକ୍ଷା । ଏହି ପରିବର୍ତ୍ତନ ୨୦୨୬ରୁ କାର୍ଯ୍ୟକାରୀ ହେବ । ଫେବୃଆରୀ ଏବଂ ମେରେ ହେବ ପରୀକ୍ଷା । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛି । ବୋର୍ଡର ସଦ୍ୟତମ ନିଷ୍ପତ୍ତି ଅନୁଯାୟୀ ୨୦୨୬ରୁ CBSE ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ । ଏନେଇ ସ୍ପଷ୍ଟ କରିଛନ୍ତି CBSE ପରୀକ୍ଷା ନିୟନ୍ତ୍ରକ ସାମାନ୍ୟ ଭରଦ୍ବାଜ । ତେବେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ରହିବ ଏବଂ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ ରହିବ । ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରହିବ, ତାହାକୁ ଗ୍ରହଣ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଅତିରିକ୍ତ ସୁଯୋଗ ଦେବ । ନୂତନ ଅନୁମୋଦିତ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ଏବଂ ମାର୍ଚ୍ଚ ମଧ୍ୟରେ ହେବ, ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ମେ ମାସରେ ସ୍ଥିର କରାଯାଇଛି । ଉଭୟ ପରୀକ୍ଷା ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ କଭର କରିବ, ଯାହା ଛାତ୍ରଛାତ୍ରୀଙ୍କ ଜ୍ଞାନ ଏବଂ ଦକ୍ଷତାର ଏକ ବ୍ୟାପକ ମୂଲ୍ୟାଙ୍କନ ସୁନିଶ୍ଚିତ କରିବ ।

ସିବିଏସଇ ଗଭର୍ଣ୍ଣି ବଡି ଏହି ନୂଆ ପାଠ୍ୟକ୍ରମକୁ ଅନୁମୋଦନ ଦେଇଛି । ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂ ଏହି ସୂଚନା ଦେଇଛନ୍ତି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ପାଠ୍ୟ ଖସଡା ପ୍ରସ୍ତୁତ ହେବ । ବିଜ୍ଞାନ ଓ ସମାଜ ବିଜ୍ଞାନ ପାଇଁ ଦୁଇଟି ଲେଭେଲ ରହିବ । ଗୋଟିଏ ଷ୍ଟାଣ୍ଡାର୍ଡ ଓ ଅନ୍ୟଟି ଆଡଭାନ୍ସଡ । ଏହି ଦୁଇଟି ବିକଳ୍ପରୁ କେଉଁଟିକୁ ବାଛିବେ ତାହା ସମ୍ପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭର କରିବ । ୧୮ ଫେବୃଆରରେ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ କି, ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରାଯିବା ନେଇ ସାଧାରଣ ଲୋକଙ୍କ ଠାରୁ ମତାମତ ନିଆଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଟେନସନ ମୁକ୍ତ ବାତାବରଣରେ ଶିଖିବାର ମାହୋଲ କରିବା ପାଇଁ ସରକାର ଜୋର ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ସ୍କୁଲ ଶିକ୍ଷା ସଚିବ, ସିବିଏସଇ ଅଧ୍ୟକ୍ଷ ଏବଂ ମନ୍ତ୍ରଣାଳୟ ଏବଂ ସିବିଏସଇ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଏ ବିଷୟରେ ବିଚାର ବିମର୍ଷ କରାଯାଇଥିଲା ।

Leave A Reply

Your email address will not be published.