ନୂଆଦିଲ୍ଲୀ,୧୪/୬ : ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ସମସ୍ତ ମନ୍ତ୍ରାଳୟ ଓ ବିଭାଗର ମାନବ ସମ୍ବଳ ସ୍ଥିତି ସମୀକ୍ଷା କରାଯିବ । ସମୀକ୍ଷା କରାଯିବା ପରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ୧୦ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ ।
ପିଏମ୍ଓ ଇଣ୍ଡିଆ ଆକାଉଣ୍ଟରୁ ଏ ସମ୍ୱନ୍ଧରେ ସୂଚନା ଦେଇ ଟ୍ୱିଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ମାନବ ସମ୍ୱିଧାନର ସମିକ୍ଷା କରିଛନ୍ତି । ଏହା ସହିତ ସେ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଏହା ଉପରେ ମିସନ୍ ମୋଡରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୧୦ ଲକ୍ଷ ପଦରେ ନିଯୁକ୍ତି କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ବଡ଼ ଖବ