ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ; ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର

ନୂଆଦିଲ୍ଳୀ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ଦେଇଛନ୍ତି । କେନ୍ଦ୍ର ସରକାର ଦେଶର ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । ପଛୁଆ ବର୍ଗଙ୍କ ବିକାଶ ଆମ ସରକାରର ମୁଖ୍ୟ ଫୋକସ ରହିଛି ବୋଲି ସେ ମତ ରଖିଛନ୍ତି ।

ତେବେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଆମର ମନ୍ତ୍ର । ଜନସାଧାରଣଙ୍କୁ ନେଇ ସରକାର ଚଳାଇବା ଆମ ଶାସନର ମୂଳ ମନ୍ତ୍ର । ପଶ୍ଚିମ ସହ ପୂର୍ବ ଭାରତର ବିକାଶ ଦିଗରେ ଆମ ସରକାର ସର୍ବଦା କାମ କରୁଛନ୍ତି । ୧୯୭୫ରେ ୨ ପ୍ରତିଶତ ଟଏଲେଟ ଥିଲା ଆଜି ଶତପ୍ରତିଶତଙ୍କ ଘରେ ଟଏଲେଟର ବ୍ୟବସ୍ତା ହୋଇଛି । ୨୦୧୪ରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିଲା, ମାତ୍ର ଆଜି ୨୯ କୋଟି ହୋଇଛି ବୋଲି ଧର୍ମେନ୍ଦ୍ର ତାଙ୍କ ଅଭିଭାଷଣରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ସରକାର ଭାରତରେ ବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟ ଦଳ ମାନଙ୍କ ଦ୍ୱାରା ଶାସିତ ରାଜ୍ୟମାନଙ୍କ ମଧ୍ୟରେ କୌଣସି ଭେଦଭାବ ରଖେନାହିଁ ।