ଭାରତ-ଇଂଲଣ୍ଡ ମଧ୍ୟରେ ବିମାନ ଚଳାଚଳ ସ୍ଥଗିତ

ନୂଆଦିଲ୍ଲୀ,୩୦ /୧୨: କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ଇଂଲଣ୍ଡ ମଧ୍ୟରେ ବିମାନ ଚଳାଚଳ ଅବଧିକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି। କରୋନାଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦୁଇ ଦେଶ ମଧ୍ୟରେ ବିମାନ ଯାତାୟତ ବାତିଲ କରାଯାଇଥିଲା।

ଇଂଲଣ୍ଡ୍‌ରେ ନୂଆ ଷ୍ଟ୍ରେନ୍‌ର କରୋନାଭାଇରସ୍‌ ସଂକ୍ରମଣ ଚିହ୍ନଟ ହେବା କାରଣରୁ ଭାରତ ଗତ ସପ୍ତାହରୁ ଡ଼ିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡରୁ ଭାରତ ଆସୁଥିବା ବିମାନଗୁଡ଼ିକୁ ବାତିଲ କରିଥିଲା। କେବଳ ଭାରତ ନୁହେଁ ବିଶ୍ୱର ଅନ୍ୟାନ୍ୟ ଅନେକ ଦେଶ ମଧ୍ୟ ଇଂଲଣ୍ଡ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି।