ନୂଆଦିଲ୍ଲୀ, ୦୨/୦୧ : ଆସନ୍ତା ଫେବୃଆରୀ ୧ରୁ ଧୂମପାନକାରୀଙ୍କୁ ମହଙ୍ଗା ମାଡ଼ । ସରକାର ୧ ଫେବୃଆରୀ ୨୦୨୬ ଠାରୁ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବେ । ଦେଶର ପ୍ରାୟ ୧୦ କୋଟି ଧୂମପାନକାରୀଙ୍କ ପାଇଁ ସିଗାରେଟ୍ ମହଙ୍ଗା ହେବ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଚୋବାଇବା ତମାଖୁ, ଜର୍ଦ୍ଦା, ସୁଗନ୍ଧିତ ତମାଖୁ ଏବଂ ଗୁଟଖା ପ୍ୟାକିଂ ମେସିନ୍ ନିୟମ, ୨୦୨୬ କୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଅତିରିକ୍ତ ଉତ୍ପାଦ ଶୁଳ୍କ ୪୦% ଜିଏସଟି ଦାମ୍ ଉପରେ ହେବ । ପାନ ମସଲା ଉପରେ କେନ୍ଦ୍ର ସରକାର ସେସ୍ ଲଗାଇଛନ୍ତି । ନୂଆ ନିୟମ ମୁତାବକ, ସିଗାରେଟ ଲମ୍ବା ଆଧାରରେ ପ୍ରତି ୧୦୦୦ ସିଗାରେଟ ଥିବା ପ୍ୟାକେଟ ୨୦୫୦ ଟଙ୍କାରୁ ଆରମ୍ଭ କରି ୮,୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହେବ । ଏହା ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ । ସିଗାରେଟ୍ ଏବଂ ପାନ ମସଲା ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେହିପରି ବିଡି ଉପରେ ୧୮ % ଜିଏସଟି ଲାଗିବ ।