ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ- ଡିଜିଏସ୍ MoU : ଭାରତର ପ୍ରଥମ ଅଡ଼ାନ୍ସ୍ଡ୍ MAN ସିପ୍ ହାଣ୍ଡଲିଙ୍ଗ ସେଣ୍ଟର୍ ସ୍ଥାପିତ ହେବ

ମୁମ୍ବାଇ/ଭୁବନେଶ୍ୱର,୯/୧୨ : (ଓଡିଶା ଖବର) – ଇଣ୍ଡିଆ ମାରିଟାଇମ୍ ଉଇକ୍ 2025 ଅବସରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM) ଓ ଡାଏରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିପିଙ୍ଗ (DGS) ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ଅନୁବନ୍ଧ (MoU) ସହିତ ଦେଶର ପ୍ରଥମ ‘ଅଡ଼ାନ୍ସ୍ଡ୍ MAN ମୋଡେଲ୍ ସିପ୍ ହାଣ୍ଡଲିଙ୍ଗ ସେଣ୍ଟର୍’ ସ୍ଥାପନ ପାଇଁ ପଥ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ସେଞ୍ଚୁରିଅନ୍ ର ଇନ୍‌କ୍ୟୁବେଟେଡ୍ କେନ୍ଦ୍ର ସିବୋର୍ନ ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ ଦ୍ୱାରା ପରିଚାଳିତ ହେବ।

ଏହି କେନ୍ଦ୍ର ସ୍ଥାପନ ଦ୍ୱାରା ଭାରତର ସମୁଦ୍ର ଶିକ୍ଷା ଓ ପୋର୍ଟ ଅପରେସନ୍‌ରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆସିବ। ସିମ୍ୟୁଲେସନ୍-ଆଧାରିତ ଶିପ୍ ହାଣ୍ଡଲିଙ୍ଗ, AI ଆଧାରିତ ନାଭିଗେସନ୍‌, କୋଷ୍ଟାଲ୍ ଓ ରିଭରାଇନ୍ ଅପରେସନ୍ ଟ୍ରେନିଙ୍ଗ, ଏବଂ ଡୁଆଲ୍-ଫୁଏଲ୍ (LNG ଓ ପାରମ୍ପରିକ) ସିମ୍ୟୁଲେଟର୍ ସହିତ ଏହାକୁ ବିଶ୍ୱସ୍ତରୀୟ ମାନକରେ ଗଢ଼ା ଯିବ। ଏହି ପ୍ରୟାସ ଦେଶର ପାଇଲଟେଜ୍ କ୍ଷମତା, ନାଭିଗେସନ୍ କାର୍ୟକୁଶଳତା, ଆପତ୍‌କାଳୀନ ପ୍ରତିକ୍ରିୟା ଓ ପୋର୍ଟ ପ୍ରାଣାଳୀ
ଆଧୁନିକୀକରଣକୁ ଉନ୍ନତ କରିବାକୁ ଆଶା କରାଯାଉଛି। MoU ଟିରେ ସହି କରିଥିଲେ ସିବୋର୍ନ ସିପ୍ ମ୍ୟାନେଜମେଣ୍ଟର ଗ୍ରୁପ୍ ମ୍ୟାନେଜିଙ୍ଗ ଡାଇରେକ୍ଟର ଓ CUTMର ମାରିଟାଇମ୍ ଷ୍ଟଡିଜ୍ ଡାଇରେକ୍ଟର କ୍ୟାପ୍ଟେନ୍ ବିକାଶ ପତ୍ର ଏବଂ ଡିଜିପିଙ୍ଗର ଡାଇରେକ୍ଟର ଜେନେରାଲ୍ ଶ୍ୟାମ ଜଗନ୍ନାଥନ। ଡିଜିଏସ୍ ପକ୍ଷରୁ କେନ୍ଦ୍ର ପାଇଁ ନୀତିଗତ ଓ ପ୍ରାସଙ୍ଗିକ ପ୍ରାବଲ୍ୟ ଯୋଗାଇ ଦିଆଯିବ।

ଏହି ସହଯୋଗର ଅଂଶରୂପେ, ପୋର୍ଟସ୍ ଏବଂ ଶିପିଙ୍ଗ ରାଜ୍ୟମନ୍ତ୍ରୀ ଶ୍ରୀ ଶନ୍ତନୁ ଠାକୁର ଓ କ୍ୟାପ୍ଟେନ୍ ପତ୍ର UKର Solent University ଅଧୀନର Warsash Maritime School ଗସ୍ତ କରିଥିଲେ। ସେଠାରେ ସିମ୍ୟୁଲେସନ୍ ସୁବିଧା, ଆକାଦେମିକ୍ ସହଯୋଗ ଓ ମାରିଟାଇମ୍ ପ୍ରଯୁକ୍ତି-ଭିତ୍ତିକ ଗବେଷଣା ସହଯୋଗ ଉପରେ ଆଲୋଚନା ହୋଇଥିଲା। ଭାରତର Maritime Vision 2030, ସାଗରମଳା ପ୍ରକଳ୍ପ ଓ Skill IndiaMission ସହିତ ସମନ୍ୱୟ ରଖି ଏହି ନୂତନ କେନ୍ଦ୍ର ଭାରତକୁ ଗ୍ରୀନ୍ ସିପିଙ୍ଗ, ସ୍ମାର୍ଟ ପୋର୍ଟ ଅପରେସନ୍ ଓ ଉନ୍ନତ ମାରିଟାଇମ୍ ଟ୍ରେନିଙ୍ଗରେ ଗ୍ଲୋବାଲ୍ ସ୍ତରରେ ଶକ୍ତିଶାଳୀ ସ୍ଥାନ ଦେବାକୁ ଆଶା କରାଯାଉଛି।